ଏହି ଷ୍ଟାର୍‌ କମେଡିଆନ୍‌ଙ୍କ ଉପରେ ଭାଗ୍ୟ ମେହେରବାନ୍‌

ମୁମ୍ବାଇ: ଷ୍ଟାର୍‌ କମେଡିଆନ୍‌ ସୁନୀଲ ଗ୍ରୋଭର୍‌ ଗତ କିଛି ଦିନ ତଳେ ପ୍ରଖ୍ୟାତ ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜଙ୍କ ନୂଆ ସିନେମାର ଅଫର୍‌ ପାଇଥିବା ଜଣାଯାଇଥିଲା। ଏବେ ତାଙ୍କୁ ମିଳିଛି ପୁଣି ଏକ ବଡ଼ ସିନେମା। କପିଲ ଶର୍ମାଙ୍କ ସହିତ ଫ୍ଲାଇଟ୍‌ରେ ଘଟିଥିବା ଅଘଟଣକୁ ନେଇ ଏହି ଲୋକପ୍ରିୟ ଅଭିନେତା ଯେଉଁ ଭଳି ଚର୍ଚ୍ଚାରେ ଥିଲେ ଏବେ ପୁଣି ହଠାତ୍‌ ସେହି ଭଳି ଚର୍ଚ୍ଚାକୁ ଆସିଛନ୍ତି।

ହଁ ସୁନୀଲ ଗ୍ରୋଭର୍‌ ସଲମାନ୍‌ ଖାନଙ୍କ ଅପକମିଂ ଫିଲ୍ମରେ କାମ କରିବେ। ଏହି ସିନେମା ହେଲା ‘ଭାରତ୍‌’। ଅଲ୍ଲୀ ଅବ୍‌ବାସ ଜାଫରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ସୁନୀଲଙ୍କୁ ଦେଖିବାକୁ ସଲମାନ୍‌ ଖାନ୍‌ଙ୍କର ସାଙ୍ଗର ଭୂମିକାରେ। ସତ କହିବାକୁ ଗଲେ ଏହି ଷ୍ଟାର୍‌ କମେଡିଆନ୍‌ଙ୍କ ଉପରେ ଭାଗ୍ୟ ମେହେରବାନ୍‌ ଅଛି।

ସୁନୀଲ ଗ୍ରୋଭରଙ୍କର ଏହା ଅବଶ୍ୟ ପ୍ରଥମ ସିନେମା ନୁହେଁ। ପୂର୍ବରୁ ସେ ଗଜିନୀ, ହିରୋପନ୍ତୀ, ବାଗୀ, ଗବ୍ଦର ଇଜ୍‌ ବ୍ୟାକ୍‌ ଓ ଲିଜେଣ୍ଡ ଅଫ୍‌ ଭଗତ ସିଂହ ଆଦି ହିଟ୍‌ ଫିଲ୍ମରେ କାମ କରିଛନ୍ତି।

photo-amarujala

ସଲମାନ୍‌ ଖାନ୍‌ ‘ଭାରତ’ରେ ୧୮ରୁ ନେଇ ୭୦ ବର୍ଷ ଯାଏଁ ବୟସ୍କ ଲୋକର ଚରିତ୍ର ନିଭାଇବେ। ଏଥିରେ ତାଙ୍କର ପାଞ୍ଚ ପ୍ରକାରର ଚରିତ୍ର ଅଛି। ସୁନୀଲ ମଧ୍ୟ ତାଙ୍କର ସାଙ୍ଗ ଭାବେ ସିନେମାରେ ରହିବେ। ଏଠାରେ ସୂଚନାଯୋଗ୍ୟ ଯେ ‘ଭାରତ୍‌’ରେ ପ୍ରାୟ ୮ ବର୍ଷ ବ୍ୟବଧାନରେ ପ୍ରିୟଙ୍କା ଚୋପ୍ରା ସଲମାନ୍‌ ଖାନ୍‌ଙ୍କ ଅପୋଜିଟ୍‌ରେ ନଜର ଆସିବେ। ଏବେ ଦେଖିବା କଥା ଏହି ସିନେମାରେ ସୁନୀଲ କି କମାଲ୍‌ କରୁଛନ୍ତି।

ସମ୍ବନ୍ଧିତ ଖବର