ତୁମ କମେଡି ପାଇଁ ମୁଁ ଆଜି ଅବସାଦମୁକ୍ତ ହୋଇ ପାରିଛି ! ମହିଳାଙ୍କଠାରୁ ଏକଥା ଶୁଣି ଜୀବନର ସବୁଠାରୁ ବଡ଼ ଉପଲବ୍ଧି ବୋଲି କହିଲେ ସୁନୀଲ

ମୁମ୍ବାଇ : ନିଜର କମେଡି ଟାଇମିଙ୍ଗ ଏବଂ ଶୈଳୀ ପାଇଁ ସମସ୍ତଙ୍କ ପାଖରେ ପରିଚିତ ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର । କମେଡି ନାଇଟ୍‌ ଉଇଥ୍‌ କପିଲରେ ଗୁଥି ଚରିତ୍ର ମାଧ୍ୟମରେ ଦର୍ଶକଙ୍କ ମନରେ ଘର କରି ରହିବା ସହ ପରେ ଡାକ୍ତର ଗୁଲାଟି ହୋଇ ସେ ଲୋକମାନଙ୍କ ମନୋରଞ୍ଜନ କରିଥିଲେ । ଏବେ ତାଙ୍କ କମେଡିର ପ୍ରଭାବ ଲୋକମାନଙ୍କ ଉପରେ କିଭଳି ରହିଛି, ତାହା ଜାଣି ଖୁସି ହୋଇଛନ୍ତି ସୁନୀଲ । ଜୀବନର ସବୁଠାରୁ ବଡ଼ ଉପଲବ୍ଧି ବୋଲି କହିବା ସହ ଏତେ ଭଲ ପାଇବା ଦେବା ପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ୍‌ ଜଣାଇଛନ୍ତି ।

indiatimes.com

ନିକଟରେ ଘଟିଥିବା ଏକ ଘଟଣା ସୁନୀଲ ସମସ୍ତଙ୍କ ସହ ସେୟାର କରିଥିଲେ । ବିମାନକୁ ଅପେକ୍ଷା କରିଥିବା ବେଳେ ଜଣେ ମହିଳା ମୋତେ ତାଙ୍କ ବିଷୟରେ ଜଣାଇଥିଲେ । ପୂର୍ବରୁ ଅବସାଦଗ୍ରସ୍ତ ଥିଲି ବୋଲି ଡାକ୍ତର ମୋତେ ୧୦୦ଏମ୍‌ଜିର ଔଷଧ ଖାଇବାକୁ ଦେଉଥିଲେ । କିନ୍ତୁ ଏବେ ଆପଣଙ୍କ କମେଡି ଓ ଲାଇଭ୍‌ ସୋ’ ଦେଖି ଦେଖି ମୋର ଔଷଧର ପାଓ୍ଵାର ୧୦ଏମ୍‌ଜିକୁ ଖସି ଆସିଛି । ଏବେ ମୁଁ ସଂପୂର୍ଣ୍ଣ ସୁସ୍ଥ କହିଲେ କିଛି ଖରାପ ହେବ ନାହିଁ ବୋଲି ସେ ମୋତେ କହିଥିଲେ । ତାଙ୍କର ସେହି କେଇ ପଦ କଥା ମୋ ମନରେ ଘର କରିଯିବା ସହ ମୋତେ ଗର୍ବ ଅନୁଭବ ହୋଇଥିଲା । ହାସ୍ୟ ଅଭିନେତା ଭାବେ ମୋ ଜୀବନ ସାର୍ଥକ ହୋଇଗଲା ବୋଲି ମୁଁ ଭାବିଥିଲି ।

ସମ୍ବନ୍ଧିତ ଖବର