କପିଲଙ୍କୁ ଝଟ୍‌କା : ସୁନୀଲ ଗ୍ରୋଭରଙ୍କ ନୂଆ ସୋ’ରେ ସାମିଲ ହେଲେ କପିଲଙ୍କ ପୂର୍ବ ପ୍ରେମିକା

ମୁମ୍ବାଇ : ବେଶ୍‌ କିଛି ଦିନର ବ୍ୟବଧାନ ପରେ ହାସ୍ୟ ଅଭିନେତା କପିଲ ଶର୍ମା ଏକ ନୂଆ ସୋ’ ଫ୍ୟାମିଲି ଟାଇମ୍‌ ଉଇଥ୍‌ କପିଲ ଶର୍ମା ଜରିଆରେ ପରଦାକୁ ଫେରିଥିବା ଦେଖିବାକୁ ମିଳିଥିଲା । ଏହି ସୋ’ରେ ତାଙ୍କ ସହ ପୂର୍ବ ସୋ’ର ସବୁ କଳାକାର ଥିବା ବେଳେ ସୁନୀଲ ଗ୍ରୋଭରଙ୍କୁ ଦର୍ଶକ ଦେଖିବାକୁ ପାଇ ନଥିଲେ । ବୋଧହୁଏ ସେଥିପାଇଁ କପିଲଙ୍କ ଏହି ନୂଆ ସୋ’କୁ ଲୋକମାନେ ବୋରିଙ୍ଗ୍‌ କହିବା ସହ ସୋ’ର ଟିଆର୍‌ପି କମିବାରେ ଲାଗିଛି । ଏଥି ପାଇଁ କପିଲ ବେଳେ ବେଳେ ସୁଟିଂ ବାତିଲ କରୁଥିବା ବେଳେ ସୋ’ଟି ବନ୍ଦ ହୋଇଯାଇ ପାରେ ବୋଲି ସୂଚନା ମିଳିଛି ।

The Indian Express

ତେବେ ଏତେ ସବୁ ଅସୁବିଧା ମଧ୍ୟରେ କପିଲଙ୍କୁ ଆଉ ଗୋଟେ ଝଟ୍‌କା ଲାଗିଥିବା ଶୁଣିବାକୁ ମିଳିଛି । କପିଲଙ୍କ ପୂର୍ବତନ ପ୍ରେମିକା ପ୍ରୀତି ସୁନୀଲଙ୍କର ଆରମ୍ଭ ହେବାକୁ ଯାଉଥିବା ନୂଆ ସୋ’ରେ କାମ କରିବେ ବୋଲି ଖବର ମିଳିଛି । େଓ୍ଵବ୍‌ ସିରିଜ୍‌ ‘ଦେ ଦନା ଦନ୍‌’ରେ ସେ ଶିଳ୍ପା ସିନ୍ଦେ ଏବଂ ସୁନୀଲଙ୍କ ସହ ନଜର ଆସିବେ କୁହାଯାଉଥିବା ବେଳେ ଏଥିରେ ପ୍ରୀତିଙ୍କ ଭଉଣୀ ମଧ୍ୟ କାମ କରିବେ ବୋଲି ଶୁଣିବାକୁ ମିଳିଛି ।
ସୂଚନା ମୂତାବକ,ଗତ ବର୍ଷ ପ୍ରୀତି ଏବଂ କପିଲଙ୍କ ସମ୍ପର୍କର ପୂର୍ଣ୍ଣଛେଦ ପଡ଼ିଥିବା ବେଳେ ସୁନୀଲ ଏବଂ କପିଲଙ୍କ ମଧ୍ୟରେ ଝଗଡ଼ା ଏହି କାରଣରୁ ଆରମ୍ଭ ହୋଇଥିଲା ବୋଲି ଜଣାପଡ଼ିଛି । ତେବେ କପିଲ ଏବଂ ସୁନୀଲ ମଧ୍ୟରେ ହୋଇଥିବା ଝଗଡ଼ା ଦୁଇ ଜଣଙ୍କୁ କେଉଁ ପଥରେ ନେଉଛି ତାହା ଦେଖିବାକୁ ବାକି ରହିଲା ?

ସମ୍ବନ୍ଧିତ ଖବର