ସୁନୀଲ ଓ କପିଲଙ୍କ ବନ୍ଧୁତା ପୁଣି ନଜର ଆସିଲା :ଟୁଇଟ୍‌ କରିକପିଲଙ୍କୁ ଜଣାଇଲେ ଜନ୍ମଦିନ ଶୁଭେଚ୍ଛା

ମୁମ୍ବାଇ: ହାସ୍ୟାଭିନେତା କପିଲ ଶର୍ମା ଆଜି ୩୭ ବର୍ଷରେ ପଦାର୍ପଣ କରିଛନ୍ତି । ଜନ୍ମଦିନରେ ତାଙ୍କୁ ଅନେକ କଳାକାରଙ୍କ ଶୁଭେଚ୍ଛା ଜଣାଇଥିଲେ ମଧ୍ୟ ଜଣେ ବ୍ୟକ୍ତିଙ୍କର ଶୁଭେଚ୍ଛା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲିଟିଛି। ସେ ଆଉ କେହି ନୁହଁନ୍ତି କପିଲଙ୍କ ସହ-କଳାକାର ସୁନୀଲ ଗ୍ରୋଭର, ଯିଏ ବର୍ତ୍ତମାନ ତାଙ୍କର ଶତ୍ରୁ ପାଲିଟିଛନ୍ତି । ସୁନୀଲ ଟୁଇଟ୍‌ ଜରିଆରେ କପିଲଙ୍କୁ ଭାଇ ବୋଲି କହିବା ସହ ତାଙ୍କୁ ସୁଖୀ ଏବଂ ସୁସ୍ଥ ଜୀବନ ମିଳୁ ଲେଖିଛନ୍ତି ।

କପିଲ ଶର୍ମା ଏବଂ ସୁନୀଲ ଗ୍ରୋଭରଙ୍କର ଗତ ବର୍ଷ ବିମାନ ଯାତ୍ରା ସମୟରେ କିଛି ବିଷୟକୁ ନେଇ କଥା କଟାକଟି ହୋଇଯାଇଥିଲା । କପିଲଙ୍କ ବ୍ୟବହାର ସୁନୀଲଙ୍କୁ ଏତେ ଖରାପ ଲାଗିଥିଲା ଯେ ସେ କପିଲଙ୍କ ସହିତ କରୁଥିବା ସୋ’ରୁ ମଧ୍ୟ ବାହାରି ଯାଇଥିଲେ । ତେବେ ବର୍ତ୍ତମାନ ପ୍ରାୟ ଏକ ବର୍ଷ ପରେ ଦୁହିଁଙ୍କ ସଂପର୍କରେ କିଛି ସୁଧାର ଆସୁଛି ବୋଲି ଜଣାପଡ଼ୁଛି। କପିଲଙ୍କ ନୂତନ ସୋ’ରେ ସୁନୀଲଙ୍କୁ କୌଣସି ସୁଯୋଗ ନ ମିଳିଥିଲେ ମଧ୍ୟ ସେ କପିଲଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି । ତେବେ ନିକଟରେ ମଧ୍ୟ କପିଲ ତାଙ୍କ ପୁରୁଣା ଟିମ ସହ ଏକ ଫଟୋ ପୋଷ୍ଟ କରିବା ସହ ତାଙ୍କ ସାଙ୍ଗମାନଙ୍କୁ ମନେ ପକାଉଥିବା ଘଟଣା ସମ୍ନାକୁ ଆସିଥିଲା। ଦର୍ଶକ ଆଶା କରୁଛନ୍ତି ,ବୋଧ ହୁଏ ବହୁତ ଶୀଘ୍ର କପିଲ ଏବଂ ସୁନୀଲଙ୍କ ସୁପରହିଟ ଯୋଡ଼ିକୁ ମଞ୍ଚରେ ଦେଖିବାକୁ ମିଳିବ ।

ସମ୍ବନ୍ଧିତ ଖବର