କପିଲ ଶର୍ମାଙ୍କ ନୂଆ ସୋ’ ସଂପର୍କରେ କ’ଣ କହିଲେ ସୁନୀଲ ଗ୍ରୋଭର୍‌ ?

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ କମେଡ଼ି ସୋ’ କପିଲ ଶର୍ମା ସୋ’ର ହୋଷ୍ଟ୍‍ କପିଲ ଶର୍ମା ହୋଷ୍ଟ୍‍ ନିଜର ନୂଆ ସୋ’ ନେଇ ଆସୁଥିବା କପିଲ ପ୍ରଶଂସକମାନଙ୍କ ପାଇଁ ଖୁସି ଖବର । ଆଗକୁ ଛୋଟ ପରଦାରେ ପୁଣିଥରେ ଦେଖିବାକୁ ମିଳିବ କପିଲ ଶର୍ମାଙ୍କ କମେଡ଼ି । ମାର୍ଚ୍ଚରେ କପିଲ ପୁଣି ନଜର ଆସିବେ ଛୋଟ ପରଦାରେ । ପୁଣିଥରେ ଛୋଟ ପରଦାରେ ଦେଖିବାକୁ ମିଳିବ କମେଡି କିଙ୍ଗଙ୍କ ଜଲୱା । ଛୋଟ ପରଦାରେ ପୁଣି ଜମିବ କପିଲ ଶର୍ମାଙ୍କ ଜବରଦସ୍ତ କମେଡି । ଅନେକ ଦିନର ବିରତି ପରେ ପୁଣିଥରେ କମେଡିଆନ କପିଲ ଶର୍ମା ଛୋଟ ପରଦାକୁ ଫେରୁଛନ୍ତି । ଏଥର ସୋ’ର ନାଁ ରହିଛି ଫ୍ୟାମିଲ ଟାଇମ୍‌ ୱିଥ କପିଲ ଶର୍ମା । ନିକଟରେ କପିଲଙ୍କର ଏହି ସୋର ଆଉଏକ ପ୍ରୋମୋ ମଧ୍ୟ ଦେଖିବାକୁ ମିଳିଛି ।

photo- indianexpress

ଏହି ସୋ’ ପୂର୍ବ ସୋ ଠାରୁ ସଂପୁର୍ଣ୍ଣ ଅଲଗା ରହିବ । ଏଥର ତାଙ୍କ ସହ ତାଙ୍କର ସାଥୀ କଳାକାର କିକୁ ଶାରଦା, ଚନ୍ଦନ ପ୍ରଭାକର ଏବଂ ସୁମୋନା ଚକ୍ରବର୍ତୀ ମଧ୍ୟ ରହିବେ । ସେମାନେ ପରିବାର ମାନଙ୍କ ସହ ଫନ୍ ଗେମ୍ ସହ ଆକ୍ଟିଭିଟିଜ କରୁଥିବାର ନଜର ଆସିବେ । ଏହି ଭିତରେ କପିଲଙ୍କର ପୁରୁଣା ବନ୍ଧୁ ତାଥା କମେଡିଆନ ସୁନୀଲ ଗ୍ରୋଭର ନିକଟରେ ସା ଏସଂପର୍କରେ ପୁଣି ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ତାଙ୍କ ପାଖକୁ କପିଲଙ୍କର କୌଣସି ଫୋନ୍‌ କଲ ଆସି ନାହିଁ କି ଫ୍ୟାମିଲ ଟାଇମ୍‌ ୱିଥ କପିଲ ଶର୍ମାଙ୍କ ଟିମରୁ କୌଣସି ଅଫର୍‌ ଆସି ନାହିଁ। ସେ ନିଜର ଆଗାମୀ ଯୋଜନାସଂପର୍କରେ ବିଶେଷ କିଛି କହି ନାହାନ୍ତି ସତ ହେଲେ ସେ ନିଜର କାମ ସଂପର୍କରେ ଖୁବ୍‌ ଶୀଘ୍ର ଖୁଲାସା କରିବେ। ଦେଇଛନ୍ତି ।

ସମ୍ବନ୍ଧିତ ଖବର