ଓସ୍କାର ଆଓ୍ଵାର୍ଡ ସୋ’ରେ ଯୋଗ ଦେବା ପୂର୍ବରୁ ଏହି କାରଣରୁ ଅନୀଲ କପୁରଙ୍କ ଉପରେ ରାଗିଥିଲେ ପତ୍ନୀ ସୁନୀତା

ମୁମ୍ବାଇ : ବଲିଉଡ୍‌ ଅଭିନେତା ଅନୀଲ କପୁରଙ୍କ ଫିଲ୍ମ ‘ସ୍ଲମ୍‌ଡଗ୍‌ ମିଲେନିୟର’କୁ ୨୦୦୯ରେ ଓସ୍କାର ଆଓ୍ଵାର୍ଡ ମିଳିଥିଲା । ଏହି ଆଓ୍ଵାର୍ଡକୁ ଏବେ ୧୦ବର୍ଷ ପୂରି ସାରିଥିବା ବେଳେ ଏହାକୁ ନେଇ ଏକ ସେଲିବ୍ରେସନ୍‌ ରଖା ଯାଇଥିଲା । ଏହି ଅବସରରେ ଅଭିନେତା ଅନୀଲ କପୁର ନିଜର ପୁରୁଣା ଦିନ ସବୁକୁ ମନେ ପକାଇଥିଲେ । ଏହି ଅବସରରେ ସେ ନିଜ ପତ୍ନୀ ସୁନୀତାଙ୍କ ସଂପର୍କରେ ଏକ ଖୁଲାସା କରିଥିଲେ ।

Times Now

ଅନୀଲ କହିଛନ୍ତି, ‘ଓସ୍କାର ଆଓ୍ଵାର୍ଡ ମିଳିବାର ପୂର୍ବ ଦିନ ମୁଁ ଏବଂ ମୋ ପତ୍ନୀ ସୁନୀତା ଝିଅ ସୋନମଙ୍କୁ ନେଇ କଥା ହେଉଥିଲୁ । ଏ ସମୟରେ ମୋତେ ଜୋରରେ ନିଦ ଲାଗିବାରୁ ମୁଁ ସୁନୀତାଙ୍କୁ ଶୋଇବା କଥା କହିଥିଲି । ଏତେ ବଡ଼ ଆଓ୍ଵାର୍ଡ ସୋ’କୁ ଯିବାର ଅଛି, ଏବେ ମୋତେ ଶୋଇବାକୁ ଦିଅ ବୋଲି ମୁଁ ସୁନୀତାଙ୍କୁ କହିବା ପରେ ସେ ମୋ ଉପରେ ରାଗି ଯାଇଥିଲେ। ରାଗି ଯିବା ସହ ଓସ୍କାର ଛାଡ଼ି ପ୍ରଥମେ ମୋ କଥା ଶୁଣ ବୋଲି ସେ କହିଥିଲେ।’

ସମ୍ବନ୍ଧିତ ଖବର