ସ୍ୱାମୀଙ୍କ ସହ କନ୍ୟା ନିଶାର ଦ୍ୱିତୀୟ ଜନ୍ମଦିନ ପାଳିଲେ ସନ୍ନି!

ମୁମ୍ବାଇ: ପର୍ଣ୍ଣଷ୍ଟାର୍‌ ଟର୍ଣ୍ଣଡ୍‌ ଫିଲ୍ମଷ୍ଟାର୍‌ ସନ୍ନି ଲିଓନ ଓ ତାଙ୍କ ସ୍ୱାମୀ ଡାନିଏଲ୍‌ େଓ୍ଵବର୍‌ ଦୁହେଁ ଉତ୍ତମ ପତି-ପତ୍ନୀ ସଙ୍ଗେ ସଙ୍ଗେ ଉତ୍ତମ ପିତାମାତା ମଧ୍ୟ। ସେ ଦୁହେଁ ଏଯାବତ୍‌ କୌଣସି ସନ୍ତାନ ଜନ୍ମ ଦେଇ ନାହାନ୍ତି ସତ, ମାତ୍ର ତାଙ୍କ ପାଳିତା କନ୍ୟା ନିଶାକୁ ସ୍ନେହ ଦେବାରେ କେବେ ବି ଉଣା କରି ନାହାନ୍ତି ବେବି ଡଲ୍‌ ସନ୍ନି। ଆମେରିକାର ଅରିଜୋନାଠାରେ ସନ୍ନି ନିଜ ପତିଙ୍କ ସହ ତାଙ୍କ ଲାଡଲୀର ଦ୍ୱିତୀୟ ଜନ୍ମଦିନ ପାଳନ କରିଛନ୍ତି।

ସୋସିଆଲ୍‌ ସାଇଟ୍‌ରେ ଦେଖିବାକୁ ମିଳିଥିବା ଫଟୋଟିରେ ସନ୍ନି ଏକ ହଟ୍‌ ପୋଷାକ ପରିଧାନ କରିଛନ୍ତି। ଏଥିରେ ତାଙ୍କ ଆଞ୍ଜେଲ୍‌ ନିଶାଙ୍କୁ ସେ ଖୁବ୍‌ ସୁନ୍ଦର ଭାବେ ସଜାଇଛନ୍ତି। ସନ୍ନି ଏବଂ ଡାନିଏଲ୍‌ େଓ୍ଵବର୍‌ ହାତ ଧରା ଧରି ହୋଇ ପର୍‌ଫେକ୍ଟ୍‌ ଫ୍ୟାମିଲି ପୋଜ୍‌ ଦେଇଛନ୍ତି। ଫଟୋଟିରେ ସନ୍ନି ବିକିନି ପରିଧାନ କରିଥିବା ବେଳେ ସନ୍‌ ଗ୍ଲାସ୍‌ ଓ ହ୍ୟାଟ୍‌ ପିନ୍ଧିଥିବା ଦେଖିବାକୁ ମଳିଛନ୍ତି। ତାଙ୍କୁ ଟକ୍କର ଦେବା ପରି ସ୍ୱାମୀ ଡାନିଏଲ୍‌ ମଧ୍ୟ ଏକ ବ୍ଲୁ ସାର୍ଟ ସହ ସନ୍‌ଗ୍ଲାସ୍‌ ପରିଧାନ କରି ବେଶ୍‌ ସ୍ୱତନ୍ତ୍ର ଦିଶୁଛନ୍ତି। ଫଟୋଟିର ଶୋଭା ବଢ଼ାଉଛି ଲିଟିଲ୍‌ ନିଶାଙ୍କ ବ୍ଲୁ ଫ୍ରକ୍‌ ଓ ମୁଣ୍ଡରେ ପିନ୍ଧିଥିବା କ୍ରାଉନ୍‌।

‘ନିଶାକୁ ପୋଷ୍ୟା କନ୍ୟା ଭାବେ ଗ୍ରହଣ କରିବାର ଅଳ୍ପ କିଛି ଦିନ ମାତ୍ର ହୋଇଛି। ଯେଉଁ ମୁହୂର୍ତ୍ତରେ ଆମେ ନିଶା ସହ ସେହି ଫଟୋଟି ନେଇଥିଲୁ ସେ ସମୟରେ ମୁଁ ବହୁତ ଉତ୍ସାହିତ, ଆନନ୍ଦିତ ଏବଂ ଭାବପ୍ରବଣ ହୋଇପଡ଼ିଥିଲି। ଏହାଛଡ଼ା କିଛି ନିଆରା ଅନୁଭୂତି ମୁଁ ଅନୁଭବ କରିଥିଲି। ସାଧାରଣତଃ ଲୋକେ ଏଇ ଟିକକ ଖୁସି ପାଇଁ ୯ ମାସ ଅପେକ୍ଷା କରିଥାନ୍ତି। ମାତ୍ର ଆମେ ଦୁହେଁ କେବଳ ୩ ସସ୍ତାହ ମଧ୍ୟରେ ଏହି ଖୁସିକୁ ପାଇଗଲୁ।’

ଗଣମାଧ୍ୟରେ ସମ୍ମୁଖରେ ସନ୍ନି ମତ ରଖିଛନ୍ତି ଯେ ଆମର ପୂରା ଜୀବନ ଏକ ଭଲ ରାସ୍ତାରେ ପରିବର୍ତ୍ତିତ ହେବାକୁ ଯାଉଛି। ନିଜ ପାଳିତା କନ୍ୟା ସଂପର୍କରେ ସନ୍ନି କହିଛନ୍ତି ଯେ ନିଶା ଏବେ ଖୁବ୍‌ ସାନ ହୋଇଥିବାରୁ ଆବଶ୍ୟକ ପଡ଼ିଲେ ସେ ଆମ ସହ କାମକୁ ମଧ୍ୟ ଯିବ। ସେ ଆହୁରି ବି କହିଛନ୍ତି ଯେ ନିଶା ପାଇଁ ମୁଁ ମୋ ଜୀବନର ପ୍ରତ୍ୟେକ ସେକେଣ୍ଡ୍‌କୁ ଉପଭୋଗ କରୁଛି। ୟା ଠାରୁ ବେଶି କିଛି ମୁଁ ମୋ ଜୀବନରେ ଚାହୁଁନାହିଁ ବୋଲି ସନ୍ନି ଭାବପ୍ରବଣ କଣ୍ଠରେ ଜଣାଇଛନ୍ତି। ଶେଷରେ ସନ୍ନି ନିଜକୁ ଭାଗ୍ୟଶାଳୀ ବୋଲି କହି ତାଙ୍କ ଝିଅକୁ ଦୁନିଆ ସଂପର୍କରେ ଅନେକ କିଛି ଶିଖେଇବାକୁ ହେବ ବୋଲି ମତ ରଖିଛନ୍ତି।

ଏକ ଅଗ୍ରଣୀ ଗଣମାଧ୍ୟମ ସହ ଅନ୍ୟ ଏକ ସାକ୍ଷାତକାରରେ ସନ୍ନି କହିଛନ୍ତି, ‘ନିଶାକୁ ପୋଷ୍ୟା କନ୍ୟା ଭାବେ ଗ୍ରହଣ କରିବାର ଅଳ୍ପ କିଛି ଦିନ ମାତ୍ର ହୋଇଛି। ଯେଉଁ ମୁହୂର୍ତ୍ତରେ ଆମେ ନିଶା ସହ ସେହି ଫଟୋଟି ନେଇଥିଲୁ ସେ ସମୟରେ ମୁଁ ବହୁତ ଉତ୍ସାହିତ, ଆନନ୍ଦିତ ଏବଂ ଭାବପ୍ରବଣ ହୋଇପଡ଼ିଥିଲି। ଏହାଛଡ଼ା କିଛି ନିଆରା ଅନୁଭୂତି ମୁଁ ଅନୁଭବ କରିଥିଲି। ସାଧାରଣତଃ ଲୋକେ ଏଇ ଟିକକ ଖୁସି ପାଇଁ ୯ ମାସ ଅପେକ୍ଷା କରିଥାନ୍ତି। ମାତ୍ର ଆମେ ଦୁହେଁ କେବଳ ୩ ସସ୍ତାହ ମଧ୍ୟରେ ଏହି ଖୁସିକୁ ପାଇଗଲୁ।’

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଜୁଲାଇରେ ସନ୍ନି ଲିଓନ ଏବଂ ତାଙ୍କ ସ୍ୱାମୀ ଡାନିଏଲ୍‌ ମହାରାଷ୍ଟ୍ରର ଲାଟୁର୍‌ରୁ ୨୧ ମାସର ଶିଶୁ କନ୍ୟା ନିଶା କୌରଙ୍କୁ ନିଜର ପୋଷ୍ୟା କନ୍ୟା ଭାବେ ଗ୍ରହଣ କରିଛନ୍ତିି। ସେମାନେ ଉଭୟ ଉୟଭଙ୍କ ବ୍ୟସ୍ତତାରୁ ନିଜ ସମୟ କାଢ଼ି କନ୍ୟା ନିଶା ସହ ସମୟ ବିତାଇଥିବା କଥା ଅନେକ ସମୟରେ ଦେଖିବାକୁ ମିଳିଛି। ଏହି ଶିଶୁ କନ୍ୟାଟିକୁ ସେମାନେ ଲଟୁରରେ ଥିବା ପ୍ରି-ଆଡପ୍‌ସନ୍‌ ସେଣ୍ଟର୍‌ରୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର