ସନ୍ନିଙ୍କ ବାୟୋପିକ୍‌ରେ ନାହାନ୍ତି ତାଙ୍କ ସ୍ୱାମୀ ଡ଼ାନିଏଲ୍‌

ପର୍ଣ୍ଣ ଷ୍ଟାର୍‌ରୁ ବଲିଉଡ୍‌ ନାୟିକା ବନିଥିବା ସନ୍ନି ଲିଓନ୍‌ଙ୍କ ବାୟୋପିକ୍‌ କୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଜୋର୍‌ ଧରିଛି। ଏହି ସିନେମାର ଶୀର୍ଷକ ରହିଛି ‘କରଣଜିତ୍‌ କୌର୍‌: ଦ ଅନ୍‌ଟୋଲ୍‌ଡ ଷ୍ଟୋରି ଅଫ୍‌ ସନ୍ନି ଲିଓନ୍‌।’ ଏହା ଏକ େଓ୍ଵବ୍‌ ସିରିଜ୍‌। ଏହାକୁ ଦର୍ଶକ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି। ଏହି ବାୟୋପିକ୍‌ରେ ସନ୍ନି ଲିଓନ ନିଜ ଚରିତ୍ରରେ ନଜର ଆସିବେ। କିନ୍ତୁ ଏଥିରେ ତାଙ୍କର ସ୍ୱାମୀ ଭୂମିକା ନିଭାଉନାହାନ୍ତି ସନ୍ନିଙ୍କର ବାସ୍ତବ ଜୀବନର ପତି ଡାନିଏଲ୍‌ ବିବର୍‌। ଏକଥା ନିଜେ କହିଛନ୍ତି ସନ୍ନି ଲିଓନ୍‌।

ସନ୍ନି ଲିଓନ କହିଛନ୍ତି ଯେ ତାଙ୍କ ବାୟୋପିକ୍‌ରେ ଜଣେ ଦକ୍ଷିଣ ଆଫ୍ରିକୀୟ ଅଭିନେତା ମାର୍କ ବକନର୍‌ ଡାନିଅଲ୍‌ ବିବରଙ୍କ ଚରିତ୍ର ନିଭାଇବେ । ସନ୍ନିଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ହେଲେ ଡାନିଅଲ୍‌। ଡାନିଏଲ୍‌ ଓ ସନ୍ନିଙ୍କର ବିବାହକୁ ଇତିମଧ୍ୟରେ ପ୍ରାୟ ସାତ ବର୍ଷ ପୂରି ଯାଇଛି। ଏବେ ସେ ଦୁହେଁ ତିନିଟି ସନ୍ତାନର ବାପା ମାଆ। ଗତବର୍ଷ ସେ ଦୁହେଁ ଜଣେ ଝିଅକୁ ପୋଷ୍ୟ କନ୍ୟା ରୂପେ ଗ୍ରହଣ କରିଛନ୍ତି। ସନ୍ନି ଲିଓନ୍‌ ନିଜର ଇନ୍‌ଷ୍ଟାଗ୍ରାମ୍‌ ଏକାଉଣ୍ଟରେ ଅଭିନେତା ମାର୍କ ବକନର୍‌ଙ୍କ ସହିତ ଫଟୋ ମଧ୍ୟ ସେଆର୍‌ କରିଛନ୍ତି।

ସମ୍ବନ୍ଧିତ ଖବର