ମୀନାକୁମାରୀଙ୍କ ବାୟୋପିକ୍‌ରେ ନଜର ଆସି ପାରନ୍ତି ସନ୍ନି ଲିଓନ୍‌

ମୁମ୍ବାଇ: ବଲିଉଡର ଟ୍ରାଜେଡ଼ି କୁଇନ୍‌ ଭାବେ ଜଣା ଯାଉଥିବା ମୀନା କୁମାରୀଙ୍କ ଜୀବନୀକୁ ନେଇ ନିର୍ମାଣ ହେବାକୁ ଯାଉଛି ଏକ ଫିଲ୍ମ । କିନ୍ତୁ ଏ ପର୍ଯ୍ୟନ୍ତ ନିର୍ଦ୍ଦେଶକ ମୀନା କୁମାରୀ କାହାକୁ କରିବେ ଠିକ୍‌ କରି ପାରି ନାହାନ୍ତି । ମାଧୁରୀ ଦୀକ୍ଷିତ୍‌ ଏବଂ ବିଦ୍ୟା ବାଲନ୍‌ ପୂର୍ବରୂ ଏହି ଚରିତ୍ର କରିବେ ବୋଲି ଖବର ଆସିଥିବା ବେଳେ ଏବେ ସନ୍ନି ଲିଓନଙ୍କ ନାମ ଏଥିରେ ଯୋଡ଼ି ହୋଇଛି ।

ନିର୍ଦ୍ଦେଶକ କରନ୍‌ ରଜଦାନ୍‌ଙ୍କ କହିବା ଅନୁଯାୟୀ, “ସନ୍ନିଙ୍କୁ ମୀନା କୁମାରୀ ଚରିତ୍ରରେ ନେବା ପାଇଁ ମୁଁ କେବେ ଭାବି ନ ଥିଲି । କିନ୍ତୁ ଏହି ଫିଲ୍ମକୁ ନେଇ ତାଙ୍କ ଉତ୍ସାହ ଦେଖି ତାଙ୍କୁ ନେବା ପାଇଁ ଭାବୁଛି । ପୂର୍ବରୁ ମୁଁ ଏହି କାହାଣୀ ବିଷୟରେ ବିଦ୍ୟା ଏବଂ ମାଧୁରୀଙ୍କୁ ଜଣାଇଥିଲି କିନ୍ତୁ ସେମାନେ ଏହି ପିଲ୍ମ ପ୍ରତି ଏତେ ଆଗ୍ରହ ଦେଖାଇ ନ ଥିଲେ । କିନ୍ତୁ ସନ୍ନି ନିଜ ତରଫରୁ ଆସି ଏହି ଫିଲ୍ମର ସୁଟିଂ କେବେ ଆରମ୍ଭ ହେଉଛି ବୋଲି ପଚାରି ଥିଲେ ଏବଂ ଏହି କାହାଣୀ ବିଷୟରେ ଜାଣିବାକୁ ଇଚ୍ଛା କରିଥିଲେ । ଏହା ପରେ ମୁଁ ତାଙ୍କ ଘରକୁ ଯାଇ କାହାଣୀ ବିଷୟରେ ବିସ୍ତତ ଭାବରେ ଜଣାଇଥିଲି । ମୁଁ ଜାଣିନି ସନ୍ନି ଏହି ଚରିତ୍ର ପାଇଁ ଠିକ୍‌ କି ନାହିଁ କିନ୍ତୁ ଏହି ଚରିତ୍ର କରିବା ପାଇଁ ତାଙ୍କର ଗଭୀର ଇଚ୍ଛା ରହିଛି”।

Scroll.in

ଅନ୍ୟ ପକ୍ଷରେ ବିଦ୍ୟା ଏହି ଚରିତ୍ର କରିବା ପାଇଁ ମନା କରିବାର କାରଣ ହେଉଛି ପୂର୍ବରୁ ସେ ବହୁତ ଟ୍ରାଜେଡ଼ି ଫିଲ୍ମ କରି ସାରିଛନ୍ତି । ଏବେ ସେ ତୁହ୍ମାରି ସୁଲୁ ଭଳି କମେଡ଼ି ଥିବା ଫିଲ୍ମ କରିବାକୁ ଚାହୁଁଛନ୍ତି ଏବଂ ଏହି ଚରିତ୍ରଟି ତାଙ୍କ ଇଚ୍ଛାଠାରୁ ସମ୍ପୁର୍ଣ୍ଣ ଅଲଗା । ଏହି ଫିଲ୍ମରେ ଟ୍ରାଜେଡ଼ି ଥିବାରୁ ସେ ଏହାକୁ କରିବେ ନାହିଁ ବୋଲି ମନା କରିଥିଲେ ।

ସମ୍ବନ୍ଧିତ ଖବର