ମୋବାଇଲ ନମ୍ବର ମାଗିଲେ କବୀର ବେଦୀ, ନିଜ ନମ୍ବର ଦେବା ପରିବର୍ତ୍ତେ ଏଭଳି କାମ କଲେ ସନ୍ନି ଲିଓନ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସନ୍ନି ଲିଓନ୍ ନିଜ ଫିଲ୍ମ ଏବଂ ମ୍ୟୁଜିକ୍ ଭିଡିଓ ସହ ନିଜ ବ୍ୟବହାରକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। ଅଭିନୟ ସହିତ ତ‌ାଳ ଦେଇ ସମସ୍ତଙ୍କ ସହ ସେ କରୁଥିବା ବ୍ୟବହାରକୁ ନେଇ ଲୋକେ ଅନେକ ସମୟରେ ତାଙ୍କର ପ୍ରଶଂସା କରିଥାନ୍ତି। ଏବେ ପୁଣି ଥରେ ନିଜର ସେଭଳି ଏକ କାମ ପାଇଁ ଚର୍ଚ୍ଚାରେ ରହିଛନ୍ତି ସନ୍ନି ଲିଓନ। ଡବୁ ରତନାନୀଙ୍କ ଏକ ଇଭେଣ୍ଟରେ ସେ ଯେଉଁ କାମ କରିଛନ୍ତି, ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

 

View this post on Instagram

 

Thank you @dabbooratnani @manishadratnani @dabbooratnanistudio for another amazing calendar shot !!!! Love it !!! Xoxo!!!!

A post shared by Sunny Leone (@sunnyleone) on

ସ୍ପଟବଏ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଦିଗ୍ଗଜ କଳାକାର କବୀର ବେଦୀ ଡବୁ ରତନାନୀଙ୍କ କ୍ୟାଲେଣ୍ଡର ଲଞ୍ଚ ସମୟରେ ସନ୍ନିଙ୍କୁ ତାଙ୍କ ମୋବାଇଲ ନମ୍ବର ମାଗିଥିଲେ। ଏହା ପରେ ସନ୍ନି ନିଜ ନମ୍ବର ପରିବର୍ତ୍ତେ ନିଜ ସ୍ବାମୀ ଡାନିଏଲ୍ ୱେବରଙ୍କ ନମ୍ବର ଦେଇଥିଲେ। ତେବେ ଏହି ଖବରରେ କେତେ ସତ୍ୟତା ରହିଛି, ତାହା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ସନ୍ନିଙ୍କ ପ୍ରଶଂସକଙ୍କୁ ଏହି ଖବର ଖୁବ୍ ହସାଇଛି। ସୋସିଆଲ ମିଡିଆରେ ପ୍ରଶଂସକମା‌ନେ ସନ୍ନିଙ୍କୁ ପ୍ରଶଂସା କରିବାରେ ଲାଗିପଡ଼ିଛନ୍ତି।

ସମ୍ବନ୍ଧିତ ଖବର