ଯାଆଁଳା ପୁତ୍ରଙ୍କ ଜନନୀ ହେଲେ ସନ୍ନି, ଏହି ୨ ପିଲା ତାଙ୍କ ନିଜ ରକ୍ତର

ନୂଆଦିଲ୍ଲୀ: ପର୍ଣ୍ଣଷ୍ଟାର୍‌ ଟର୍ଣ୍ଣଡ୍‌ ଅଭିନେତ୍ରୀ ସନ୍ନି ଲିଓନ ଏବଂ ତାଙ୍କ ସ୍ୱାମୀ ଡାନିଏଲ୍‌ େଓ୍ଵବର୍‌ ପୁଣିଥରେ ବାପାମାଆ ହୋଇଛନ୍ତି। ଗତ ବର୍ଷ ସନ୍ନି ଏବଂ ଡାନିୟଲ୍‌ ଏକ ଶିଶୁ କନ୍ୟାକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ଏଥର ସେ ୨ ଜଣ ପୁତ୍ର ସନ୍ତାନଙ୍କ ଜନକ-ଜନନୀ ସାଜିଛନ୍ତି। ସେ ଦୁହିଁଙ୍କ ନାମ ଅସେର୍‌ ସିଂହ େଓ୍ଵବର୍‌ ଏବଂ ନୋହା ସିଂ େଓ୍ଵବର୍‌।

ଏ ସଂପର୍କରେ ସନ୍ନି କହିଛନ୍ତି, ‘ଏହା ହେଉଛି ଭଗବାନଙ୍କ ଯୋଜନା। ଆମେ ଜାଣିନଥିଲୁ ଯେ ଆମର ଏପରି ଏକ ବଡ଼ ଏବଂ ସୁନ୍ଦର ପରିବାରଟେ ହେବ। ଆମେ ଏହାକୁ ଖୁବ୍‌ ଉପଭୋଗ କରୁଛୁ। ଏହା ଆମ ପାଇଁ ଆଶୀର୍ବାଦ ପରି ଲାଗୁଛି। ଆମ ପରିବାର ପୂରା ହୋଇଗଲା। ଆମେ ନିଜର ରକ୍ତର ପିଲା ଚାହୁଁଥିଲୁ। ସେଥିପାଇଁ ସରୋଗେସିର ସାହାରା ନେଲୁ। ଭଗବାନ ଆମ ପାଖକୁ ଏକ ପରୀଙ୍କୁ ପଠାଇଥିଲେ। ଯିଏ ଏତେ ଦିନ ଧରି ତାଙ୍କ ଗର୍ଭରେ ଡାନିଏଲ୍‌ ଏବଂ ମୋ ପିଲାକୁ ଧାରଣ କଲେ। ଅସେର୍‌ ଓ ନୋହା ହେଉଛନ୍ତି ଆମର ବାୟଲୋଜିକାଲ୍‌ ପୁତ୍ର।’

ସନ୍ନିଙ୍କ ସ୍ୱାମୀ ଡାନିଏଲ୍‌ କହନ୍ତି, ‘ଏହା ଆମ ଜୀବନର ଏକ ସୁନ୍ଦର ନୂଆ ବିଷୟ। ଆମେ ଏକ ସୁନ୍ଦର ଯାତ୍ରା ଆରମ୍ଭ କରିବାର ଅପେକ୍ଷା କରିଥିଲୁ। ମୋ ପାଖରେ ଗର୍ବ କରିବା ପରି ପରିବାରଟିଏ ଅଛି।’

ସମ୍ବନ୍ଧିତ ଖବର