ନୂଆଦିଲ୍ଲୀ: ସନ୍ନି ଲିଓନ ଖୁବ୍ ଶୀଘ୍ର ବଡ଼ ପରଦାରେ ନଜର ଆସିବେ। ସନ୍ନିଙ୍କୁ ତେଲୁଗୁ ସିନେମା ‘ବୀରମାଦେବି’ରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏହି ସିନେମାର ସୁଟିଂ ଆରମ୍ଭ ହୋଇଗଲାଣି। ସନ୍ନି ନିଜ ଭୂମିକାକୁ କିପରି ଜୀବନ୍ତ ଭାବେ ନିଭାଇବେ ସେ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସନ୍ନି ନିଜର ଏହି ସିନେମା ସମ୍ପର୍କରେ ଇନ୍ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ସେ ତେଲୁଗୁ ସିନେମା ‘ବିରମାଦେବି’ରେ ଏକ ରାଜକୁମାରୀ ଭୂମିକାରେ ନଜର ଆସିବେ। ତାଙ୍କୁ କେତେଟି ଆକସନ୍ ସିନ୍ର ସୁଟିଂ କରିବାର ଅଛି। ସେଥିପାଇଁ ସେ ଚେନ୍ନାଇରେ ଘୋଡା ସବାରୀର ପ୍ରଶିକ୍ଷଣ ନେଉଛନ୍ତି।
ତେବେ ଏହି ସିନେମାକୁ ନେଇ ସନ୍ନି କହନ୍ତି, ମୋତେ ସବୁବେଳେ ଚ୍ୟାଲେଞ୍ଜ ନେବାକୁ ଭଲ ଲାଗେ। ମୋର ଏହି ସିନେମାରେ ଏକ ଶକ୍ତିଶାଳୀ ଓ ସ୍ୱତନ୍ତ୍ର ମହିଳାର ଭୂମିକା ରହିଛି। ଏହି ସିନେମାରେ ଘୋଡା ସାବରି ରହିଛି। ସେଥିପାଇଁ ମୋତେ ୫୦ଟି ଘୋଡାଙ୍କ ମଧ୍ୟରେ ସୁଟିଂ କରିବାର ଅଛି। ଯାହାକୁ ମୁଁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛି।