ସନ୍ନି ଲିଓନଙ୍କୁ କ୍ଷମା ମାଗିଲେ ରାକ୍ଷୀ ସାଓ୍ଵନ୍ତ , ଜାଣନ୍ତୁ କାହିଁକି

ମୁମ୍ବାଇ: ବାବା ରାମଦେବଙ୍କୁ ନେଇ କେତେବେଳେ ଟିପ୍ପଣୀ କରି ଜଣେ ବଲିଉଡ୍‌ ଅଭିନେତ୍ରୀ ଚର୍ଚ୍ଚାରେ ଥାଆନ୍ତି, ତ ପୁଣି କେତେବେଳେ ନିଜର ରାଜନୈତିକ ଦଳ ଗଠନକୁ ନେଇ ଚର୍ଚ୍ଚା ଥାଆନ୍ତି। ଏହି ହିଟ୍‌ ଅଭିନେତ୍ରୀ ଜଣକ ହେଲେ ରାକ୍ଷୀ ସାଓ୍ଵନ୍ତ।
ନିକଟରେ ରାକ୍ଷୀ ସାଓ୍ଵନ୍ତ ରାଜୀବ ଖଣ୍ଡେଲଓ୍ଵାଲଙ୍କ ଚାଟ୍‌ ସୋ’ ‘ଜଜ୍‌ବାତ୍‌’ ରେ ଅତିଥିଭାବେ ଯୋଗ ଦେଇଥିଲେ। ସେହି ସୋ’ରେ ରାକ୍ଷୀ କେତେକ କଥା ଖୁଲାସା କରିଛନ୍ତି।
ଏହି ସୋ’ରେ ରାକ୍ଷୀ ବିଗତ ଦିନର ପର୍ଣ୍ଣ ଷ୍ଟାର୍‌ ତଥା ଏବେକାର ହଟ୍‌ ନାୟିକା ତଥା ଆଇଟମ୍‌ ଗର୍ଲ ସନ୍ନି ଲିଓନଙ୍କୁ କ୍ଷମା ମାଗିଛନ୍ତି। ଏକତା ଶୁଣି ଆପଣମାନେ ବିସ୍ମିତ ହେଉଥିବ। ଏମିତି କ’ଣ ହେଲା ଯେ ସନ୍ନି ଲିଓନ୍‌ଙ୍କୁ ପୁଣି କ୍ଷମା ମାଗିଲେ ରାକ୍ଷୀ।
ଏବେ ଜାଣନ୍ତୁ କାହିଁକି ସେମିତି ଘଟିଛି। ପ୍ରାୟ ତିନି ବର୍ଷ ତଳେ ରାକ୍ଷୀ ସାଓ୍ଵନ୍ତ ପର୍ଣ୍ଣ ଷ୍ଟାର୍‌ ସନ୍ନି ଲିଓନ୍‌ଙ୍କୁ ବିରୋଧ କରିଥିଲେ। ସେତେବେଳେ ସେ କହିଥିଲେ, ‘ଭାରତରେ କେବଳ ପର୍ଣ୍ଣ ଫିଲ୍ମ ନୁହେଁ, ବରଂ ପର୍ଣ୍ଣ ଷ୍ଟାର୍‌ ସନ୍ନି ଲିଓନଙ୍କୁ ମଧ୍ୟ ନିଷିଦ୍ଧ କରିବାର ଦରକାର। ତାଙ୍କୁ ଘୋଷାଡ଼ି ଘୋଷାଡ଼ି ଦେଶରୁ ବାହାର କରି ଦେବା ଦରକାର।’

photio-bollywoodlife

ରାକ୍ଷୀ ଏଭଳି ମନ୍ତବ୍ୟ ଦେବା ପଛରେ ଯୁକ୍ତି ଥିଲା ସନ୍ନି ଲିଓନ୍‌ ବଲିଉଡରେ ପ୍ରବେଶ କରିବାପରେ ଅନ୍ୟ ଅଭିନେତ୍ରୀମାନଙ୍କୁ ମାତ୍ରାଧିକ ଅଙ୍ଗ ପ୍ରଦର୍ଶନ କରିବାକୁ ପଡୁଛି। ସନ୍ନିଙ୍କ ପାଇଁ ଏଭଳି ଅପଶବ୍ଦ ପ୍ରୟୋଗ କରିଥିବା ହେତୁ ସେ ଦୁଃଖିତ ବୋଲି କହିଛନ୍ତି ରାକ୍ଷୀ ସାଓ୍ଵନ୍ତ। ସେତେବେଳେ ଏହା ତାଙ୍କର ଭୁଲ ଥିଲା ବୋଲି କହିଛନ୍ତି ରାକ୍ଷୀ। ଏଥିପାଇଁ ସେ ଏକ ରାଷ୍ଟ୍ରୀୟ ଟେଲିଭିଜନ୍‌ ଚାନେଲ ମାଧ୍ୟମରେ ସର୍ବସାଧାରଣରେ ସନ୍ନି ଲିଓନଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି।

ସମ୍ବନ୍ଧିତ ଖବର