ପର୍ଣ୍ଣ ଷ୍ଟାର ହେବା ପରେ ସନ୍ନିଙ୍କୁ ମିଳିଥିଲା ଅର୍ଥ ଓ ପ୍ରସିଦ୍ଧି, କିନ୍ତୁ ମିଳି ନଥିଲା ମା’ଙ୍କ ଭଲ ପାଇବା! ଝିଅକୁ ପରଦାରେ ଦେଖି କହିଥିଲେ ଏହି କଥା

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନିଙ୍କ ବାୟୋପିକ୍‌ ‘କରଣଜିତ୍‌ କୌର : ଦ ଅନ୍‌ଟୋଲ୍‌ଡ଼୍‍ ଷ୍ଟୋରି ଅଫ୍‌ ସନ୍ନି ଲିଓନି’ର ଦ୍ୱିତୀୟ ଭାଗର ପ୍ରମୋକୁ ରିଲିଜ କରାଯାଇଛି । ସେପ୍ଟେମ୍ବର ୧୮ରେ ଡ଼ିଜିଟାଲ ପ୍ଲାଟ୍‌ଫର୍ମରେ ଆସିବାକୁ ଥିବା ଏହି ବାୟୋପିକ୍‌ର ସନ୍ନି ପର୍ଣ୍ଣଷ୍ଟାର ହେବା ପରର ଘଟଣା ବିଷୟରେ ଦେଖାଯାଇଛି । ଯେତେବେଳେ ସନ୍ନି ପର୍ଣ୍ଣ ଫିଲ୍ମକୁ ଯାଇଥିଲେ ସେତେବେଳେ ତାଙ୍କ ପରିବାରର ଅବସ୍ଥା କିପରି ଥିଲା ତାହା ରିଲିଜ ହୋଇଥିବା ପ୍ରମୋରେ ଦେଖିବାକୁ ମିଳିଛି । ସନ୍ନିଙ୍କୁ ପର୍ଣ୍ଣ ଫିଲ୍ମରୁ ଟଙ୍କା ଏବଂ ନାଁ ତ ମିଳି ଯାଇଥିଲା କିନ୍ତୁ ତାଙ୍କ ପରିବାର ତାଙ୍କ ବିରୋଧୀ ହୋଇ ଯାଇଥିଲା। ସବୁଠାରୁ ଦୁଃଖୀ ଥିଲେ ସନ୍ନିଙ୍କ ମା’ । କାରଣ ସବୁ ମା’ ଭଳି ସେ ବି ସନ୍ନିଙ୍କୁ ଗୋଟେ ଭଲ ଝିଅ,ଭଲ ଭଉଣୀ, ଭଲ ସ୍ତ୍ରୀ ଏବଂ ଭଲ ଭଉଣୀ ହିସାବରେ ଦେଖିବାକୁ ଚାହୁଁଥିଲେ । କିନ୍ତୁ ସନ୍ନିଙ୍କ ଏହି ନିଷ୍ପତ୍ତିି ପରେ ତାଙ୍କ ଘରର ଅବସ୍ଥା ଖରାପ ହୋଇ ଯାଇଥିଲା ।

telugu.telugubullet.com

ଏକ ଦୁର୍ଘଟଣାରେ ତାଙ୍କ ମା’ ଆହତ ହେବା ପରେ ସନ୍ନି ଏ ନେଇ ନିଜ ବାପାଙ୍କୁ ଗାଳି କରିଥିଲେ- ‘ତୁମର ଆର୍ଥିକ ଅବସ୍ଥା ଠିକ୍‌ ନ ଥିଲା ନା ତୁମର ଆଉ କାହା ସହ ସଂପର୍କ ଥିଲା ଯେ ତୁମେ ମା’ଙ୍କ ଯତ୍ନ ନେଲ ନାହିଁ।’ ଏହାର ଜବାବ ରଖିଥିଲେ ତାଙ୍କ ମା’ । ସେ କହିଥିଲେ-‘ତୁମର କ’ଣ ହୋଇଥିଲା ଯେ ତୁମେ ସାରା ଦୁନିଆ ଆଗରେ ନଗ୍ନ ହୋଇଗଲ?’ ମା’ଙ୍କଠାରୁ ଏ କଥା ଶୁଣି ସ୍ତବ୍ଧ ହୋଇଯାଇଥିଲେ ସନ୍ନି । କିନ୍ତୁ ପରେ ସବୁ ଠିକ୍‌ ହୋଇ ଯାଇଥିଲା । ଏ ସବୁ ଦୃଶ୍ୟ ଦର୍ଶକେ ‘କରଣଜିତ୍‌ କୌର : ଦ ଅନ୍‌ଟୋଲ୍‌ଡ଼୍‍ ଷ୍ଟୋରି ଅଫ୍‌ ସନ୍ନି ଲିଓନି’ର ଦ୍ୱିତୀୟ ଭାଗରେ ଦେଖିବାକୁ ପାଇବେ।

ସମ୍ବନ୍ଧିତ ଖବର