ନୂଆଦିଲ୍ଲୀ: ‘କଭି ଖୁସି-କଭି ଗମ’ ହେଉଛି କରଣ ଜୋହର୍ଙ୍କ ପସନ୍ଦର ସିନେମା ମଧ୍ୟରୁ ଗୋଟିଏ। ଏହି ସିନେମାର ଅନେକ ଗୀତ ଅଛି, ଯାହାକୁ ଏଯାବତ୍ ବି ଲୋକମାନେ ଶୁଣିବାକୁ ଭଲ ପାଉଛନ୍ତି। ଏହି ସିନେମାର ମୋଷ୍ଟ ଲବେବୁଲ ଗୀତ ‘ସୁରଜ ହୁଆ ମଧ୍ୟମ…’ ରହିଛି ।ଏହି ଗୀତର ସୁଟିଂ ସମୟରେ କରଣ ଜୋହର୍ଙ୍କ ସହିତ ଏଭଳି ଏକ ଘଟଣା ଘଟିଥିଲା ଯାହାକୁ ସେ ଏଯାବତ୍ ଭୁଲି ପାରି ନାହାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୁଟିଂ ୟୁନିଟ୍ ସହିତ କରନ୍, ଶାହାରୁଖ ଖାନ୍ ଓ କାଜୋଲ୍ ଇଜିପ୍ଟରେ ଯାଇଥିଲେ। ସେଠାରେ ସୁରଜ ହୁଆ ମଧ୍ୟମ ଗୀତର ସୁଟିଂ ଚାଲିଥିଲା। ଏହି ସମୟରେ କରନ୍ଙ୍କୁ ଲୁଜମୋସନ୍ର ଅସୁବିଧା ହୋଇଥିଲା। ସେ ସେତେବେଳେ ଏମିତି ଏକ ସ୍ଥାନରେ ଥିଲେ ଯେଉଁଠାରେ ଶୌଚ ହେବାର କୌଣସି ସୁବିଧା ନଥିଲା। ତେଣୁ ବାଧ୍ୟ ହୋଇ ସେ ଏକ ଲାଇମ୍ ଷ୍ଟୋନ୍ ପଛକୁ ଯାଇଥିଲି। ସେଠାରେ ପହଞ୍ଚିଲା ବେଳକୁ ଆଉ ଜଣେ ବ୍ୟକ୍ତି ବି ସେଠାରେ ବସିଥିଲେ, ତାଙ୍କୁ ବି ସମାନ୍ ଅସୁବିଧା ହୋଇଥିଲା। ତେଣୁ ଦୁହେଁ ମୁହାଁ ମୁହିଁ ହୋଇ ଝାଡା କରି ଥିଲେ। ଏହି କଥା ତୃତୀୟ ଜଣେ ଯେମିତି ନଜାଣେ ସେନେଇ ଦୁହେଁ ଦୁହିଁଙ୍କୁ କଥା ଦେଇଥିଲେ। ତେବେ ଏଯାବତ୍ ଏହି ଘଟଣା କରନ୍ଙ୍କ ସବୁଠାରୁ ଲଜ୍ଜାଜନକ ମୁହୂର୍ତ୍ତ ଥିଲା ବୋଲି ସେ କହନ୍ତି।