ସୁରଓ୍ଵୀନ ଚାଓ୍ଵଲା ଶିଶୁ ରୋଗ ବିଶେଷଜ୍ଞା ବନିଯାଇଛନ୍ତି !

‘ହିମ୍ମତଓ୍ଵାଲା’, ‘ହେଟ୍‌ ଷ୍ଟୋରି ୨’, ‘ଅଗଲୀ’ ଆଦି ଫିଲ୍ମରେ ଦର୍ଶକଙ୍କର ଭରପୂର ମନୋରଂଜନ କରିଥିବା ଅଭିନେତ୍ରୀ ସୁରଓ୍ଵୀନ ଚାଓ୍ଵଲା ଶିଶୁ ରୋଗ ବିଶେଷଜ୍ଞା ବନିଯାଇଛନ୍ତି! କ’ଣ ଚମକିପଡ଼ିଲେ କି? ବାସ୍ତବ ଜୀବନରେ ନୁହେଁ, କଳକାର ଜୀବନରେ। ନିକଟରେ ସେ ‘ହକ ସେ’ ନାମକ େଓ୍ଵବ୍‌ ଧାରାବାହିକରେ ଅଭିନୟ କରିବା ପାଇଁ ଚୁକ୍ତି କରିଛନ୍ତି। ଏଥିରେ ଦର୍ଶକେ, ତାଙ୍କୁ ଦେଖିବେ, ‘ମେହର ମିର୍ଜା’ ନାମା ମୁସଲମାନ ଡାକ୍ତରାଣୀ ଭୂମିକାରେ। ଆଉ ମେହର ଶିଶୁ ରୋଗ ବିଶେଷଜ୍ଞା। ଏହି େଓ୍ଵବ୍‌ ଧାରାବାହିକ ଚାରି ଭଉଣୀ- ମେହର, ଜନ୍ନତ, ବାନୋ ଓ ଅମଲଙ୍କ କାହାଣୀ। ଏହା ସେମାନଙ୍କ ଜୀବନ ଓ ଅଭିଳାଷର କାହାଣୀ। ଭୂମିକାକୁ ଜୀବନ୍ତ କରିବା ପାଇଁ ସୁରଓ୍ଵୀନ, ଉର୍ଦୂ ଶିଖୁଛନ୍ତି। ତାଙ୍କ ଦୃଷ୍ଟିରେ ଏ ପର୍ଯ୍ୟନ୍ତ ସେ ଅଭିନୟ କରିଥିବା ଭୂମିକାମାନ ମଧ୍ୟରେ ‘ମେହର’ ସବୁଠାରୁ ଶକ୍ତିଶାଳୀ। ଏଣୁ, ସେ ବିଶେଷ ଭାବେ ଉତ୍ସାହିତ।

ସମ୍ବନ୍ଧିତ ଖବର