ମୁମ୍ବାଇ: ବଲିଉଡ଼ରେ ଡ଼କାୟତମାନଙ୍କର ଜମାନା ଫେରିଛି। ଏବେ ନିର୍ମାଣ ହେଉଛି ‘ଠଗ୍ସ ଅଫ୍ ହିନ୍ଦୋସ୍ତାନ୍’।ଏଥିରେ ଅମିତାଭ ବଚ୍ଚନ ଓ ଅମୀର ଖାନ୍ ଡ଼କାୟତ୍ ଭୂମିକାରେ ନଜର ଆସିବେ।
ଏହି କ୍ରମରେ ସାମିଲ ହୋଇଛନ୍ତି ଆଉ ଜଣେ ବଲିଉଡ଼୍ ହିରୋ।ସେ ହେଲେ ରଣବୀର କପୁର। ୟଶ ରାଜ୍ ଫିଲ୍ମସ ବ୍ୟାନରରେ ନିର୍ମିତ ହେଉଛି ‘ସମ୍ସେରା’ଏହାର ପ୍ରଯୋଜନା କରୁଛନ୍ତି ଆଦିତ୍ୟ ଚୋପ୍ରା ଏବଂ ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଛନ୍ତି କରନ୍ ମାଲହୋତ୍ର। ଫିଲ୍ମର ଟିଜର ବି ରିଲିଜ୍ ହୋଇଯାଇଛି।
/sambad/media/post_attachments/wp-content/uploads/2018/05/thugs-of-hindostan-.blogspot.com_-300x157.jpg)
‘ସମ୍ସେରା’ ର ଟିଜର୍ ଦେଖିବାପରେ ଯେ କେହି କହିବେ ଇଏ କ’ଣ ରଣବୀର କପୁର!ଚକଲେଟ୍ ବୟ ଇମେଜ୍ ପାଇଁ ବଲିଉଡ଼୍ ରେ ନାଆଁ କରିଥିବା ରଣବୀର କପୁର ‘ସମ୍ସେରା’ରେ ଡ଼କାୟତ ଭୂମିକାରେ ଅଭିନୟ କରି ନିଜର ଇମେଜ୍ ବଦଳାଇବେ ବୋଲି ଜଣାଯାଇଛି। ଏହି ସିନେମାରେ ରଣବୀର କପୁରଙ୍କ ଅପୋଜିଟ୍ରେ କିଏ ହିରୋଇନ୍ ହେଉଛନ୍ତି ଓ ତାହା କେବେ ରିଲିଜ୍ ହେଉଛି ,ତାହା ଜଣା ପଡ଼ି ନାହିଁ।
ଏବେ ରଣବୀର କପୁରଙ୍କ ଦୁଇଟି ଫିଲ୍ମ ରିଲିଜ୍ ଅପେକ୍ଷାରେ ରହିଛି।ଏଥିମଧ୍ୟରୁ ଗୋଟିଏ ହେଲା ‘ସଂଜୁ’ ଓ ଅନ୍ୟଟି ‘ବ୍ରହ୍ମାସ୍ତ୍ର’।
ଠିକ୍ ସେହିପରି ‘ସୋନ୍ ଚିରୈୟା’ ଫିଲ୍ମରେ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍ ମଧ୍ୟ ଡ଼କାୟତ ଭୂମିକାରେ ଅଭିନୟ କରୁଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/susant-singh-.hindustantimes.com_.jpg)