‘ଆଖେଁ-୨’ରେ ଅମିତାଭଙ୍କ ସହ ପ୍ରଥମ ଥର ପାଇଁ ନଜର ଆସିବେ ଏହି ଦୁଇ କଳାକାର

ମୁମ୍ବାଇ :୨୦୦୦ ମସିହାରେ ରିଲିଜ୍‌ ହୋଇଥିଲା ଫିଲ୍ମ ‘ଆଖେଁ’ । ଏଥିରେ ନଜର ଆସିଥିଲେ ଅଭିନେତା ଅକ୍ଷୟ କୁମାର, ବିଗ୍‌ ବି ଅମିତାଭ ବଚ୍ଚନ,ଅର୍ଜୁନ୍‌ ରାମପାଲ ଏବଂ ପରେଶ ରାଓ୍ଵଲ । ଫିଲ୍ମଟି ସେ ସମୟରେ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିବା ବେଳେ ଦୁଇ ବର୍ଷ ପୂର୍ବେ ଏହା ଦ୍ୱିତୀୟ ଭାଗ ନିର୍ମାଣ କରାଯିବ ବୋଲି ଘୋଷଣା କରାଯାଇଥିଲା । କିନ୍ତୁ ପରେ ଅନେକ ସମସ୍ୟା ଉପୁଜିବାରୁ ଏହାକୁ ସ୍ଥଗିତ ରଖା ଯାଇଥିଲା । ଏବେ ‘ଆଖେଁ’ର ପ୍ରଯୋଜକ ଏହାର ଦ୍ୱିତୀୟ ଭାଗ ନିର୍ମାଣ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

asnlive

ପ୍ରଥମ ଭାଗ ଭଳି ଏଥିରେ ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ନିଆ ଯାଉଥିବା ବେଳ ଅକ୍ଷୟ କୁମାର ଏବଂ ଅର୍ଜୁନ ରାମପାଲଙ୍କ ବଦଳରେ ଦୁଇଟି ନୂଆ ମୁହଁକୁ ଏଥିରେ ସୁଯୋଗ ଦିଆଯିବ ବୋଲି ଜଣାପଡ଼ିଛି । ଅଭିନେତା ସୁଶାନ୍ତ ସିଂ ରାଜ୍‌ପୁତ୍‌ ଏବଂ କାର୍ତ୍ତିକ ଆର୍ୟନ ଏଥିରେ ଅଭିତାଭ ବଚ୍ଚନଙ୍କ ସହ କାମ କରିବାର ସୁଯୋଗ ପାଇବେ । ଫଲ୍ମରେ କାମ କରିବାକୁ ଥିବା ଅନ୍ୟ କଳାକାର ଠିକ୍‌ ହୋଇ ନ ଥିବା ବେଳେ ସୁଶାନ୍ତ ସିଂ ରାଜ୍‌ପୁତ୍‌ ଏବଂ କାର୍ତ୍ତିକ ଆର୍ୟନଙ୍କ ସହ ଫିଲ୍ମ ପାଇଁ କଥାବାର୍ତ୍ତା ଆରମ୍ଭ ହୋଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର