ଭିଡ଼ ଭିତରେ ସୁସ୍ମିତା ସେନ୍‌ଙ୍କୁ ଅଶାଳୀନ ଭାବେ ସ୍ପର୍ଶ କରିଥିଲା୧୫ ବର୍ଷର ବାଳକ, ବଡ଼ପଣ ଦେଖାଇ କ୍ଷମା କରିଦେଲେ ସୁସ୍ମିତା

ମୁମ୍ବାଇ: ବ୍ରହ୍ମାଣ୍ଡ ସୁନ୍ଦରୀ ତଥା ଅଭିନେତ୍ରୀ ସୁସ୍ମିତା ସେନ୍‌ କେବଳ ତାଙ୍କର ସୁନ୍ଦର ଚେହେରା ପାଇଁ ପରିଚିତା ନୁହଁନ୍ତି। ତାଙ୍କ ବିଷୟରେ ଲୋକେ କଥା ହେବା ପାଇଁ ଅନେକଗୁଡ଼ିଏ କାରଣ ରହିଛି। ନିଜ ସହ ଘଟିଯାଇଥିବା ଏକ ଲଜ୍ଜାକର ଘଟଣାକୁ ଏବେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ସୁସ୍ମିତା। ସୁସ୍ମିତାଙ୍କ ଅଭିଯୋଗ ହେଲା ଗଲା ଛଅ ମାସ ତଳେ ଏକ ପୁରସ୍କାର ଉତ୍ସବରେ ଜଣେ ୧୫ ବର୍ଷିଅ ନାବାଳିକା ତାଙ୍କ ସହ ଖରାପ ବ୍ୟବହାର କରିଥିଲା। ସେ ଆହୁରି ବି କହିଛନ୍ତି କି ‘ଲୋକମାନେ ଭାବନ୍ତି ସେଲିବ୍ରିଟିମାନଙ୍କ ସହ କେବେ ଖରାପ ବ୍ୟବହାର ହୁଏ ନାହିଁ। କାହିଁକି ନା, ସେମାନଙ୍କର ଅଙ୍ଗରକ୍ଷୀ ଥାଆନ୍ତି। ମାତ୍ର ଲୋକଙ୍କର ଜାଣିବା ଉଚିତ ଯେ ଯେତେବେଳେ ଜଣେ ସେଲିବ୍ରିଟିକୁ ଜଣେ ଅଙ୍ଗରକ୍ଷୀ ସୁରକ୍ଷା ଦେବାକୁ ରହିଥାଏ ସେହି ସ୍ଥାନରେ ହଜାର ଲୋକ ଅସଦାଚରଣ ପାଇଁ ପ୍ରସ୍ତୁତ ଥାଆନ୍ତି।’

ରିପୋର୍ଟ ମୁତାବିକ, ଯେତେବେଳେ ସୁସ୍ମିତା ଅନୁଭବ କଲେ ନାବାଳକଟି ତାଙ୍କ ସହ ଆପତ୍ତିଜନକ କାର୍ଯ୍ୟ କରୁଛି। ସେ ସେତେବେଳେ ସେହି ବାଳକଟିର ବେକକୁ ଧରି ସର୍ବ ସମ୍ମୁଖରେ ବେଜତ୍‌ କରିଥିଲେ। ସେ କ’ଣ କରୁଥିଲେ ସର୍ବସମ୍ମୁଖରେ କହିବା ପାଇଁ ସୁସ୍ମତା ଚଢ଼ା ଗଳାରେ କହିଥିଲେ। ମାତ୍ର ପିଲାଟି ଖୁବ୍‌ ସାନ ହୋଇଥିବାରୁ ଅଭିନେତ୍ରୀ ସୁସ୍ମିତା ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି। ସୁସ୍ମିତଙ୍କ ହିସାବରେ ଜଣେ ୧୫ ବର୍ଷର ବାଳକ ମନୋରଞ୍ଜନ ଓ ଅଭଦ୍ରାମିର ତଫାତ ବୁଝେ ନାହିଁ। ସେଥିପାଇଁ ସେ ତାକୁ କ୍ଷମା କରି ଦେଲେ।

ସମ୍ବନ୍ଧିତ ଖବର