ସୁସ୍ମିତାଙ୍କ ବଦଳରେ ଐଶ୍ବର୍ଯ୍ୟା ଯାଇଥାନ୍ତେ ‘ମିସ୍‌ ୟୁନିଭର୍ସ ପିଜାଣ୍ଟ୍‌’

ବିୟୁଟି କ୍ବିନ୍‌ ସୁସ୍ମିତା ସେନ୍‌ ଗତ ସପ୍ତାହରେ ତାଙ୍କ ‘ବ୍ରହ୍ମାଣ୍ଡ ସୁନ୍ଦରୀ’ ଟାଇଟଲ୍‌ ଜିତିବାର ୨୬ତମ ବର୍ଷ ପାଳନ କରିଛନ୍ତି। ଏହି ଅବସରରେ ଏକ ସାକ୍ଷାତକାରରେ ସେ କହିଛନ୍ତି, ମିସ୍‌ ଇଣ୍ଡିଆ ୟୁନିଭର୍ସ ଜିତିବା ପରେ ମଧ୍ୟ ଐଶ୍ବର୍ଯ୍ୟାଙ୍କଠାରୁ ଏକପ୍ରକାର ମୁଁ ହାରିଯାଇଥିଲି। କାରଣ ସେତେବେଳେ ମୋ ପାସ୍‌ପୋର୍ଟ ହଜିଯିବା ଯୋଗୁଁ ଆୟୋଜକମାନେ ମୋ ବଦଳରେ ମିସ୍‌ ଇଣ୍ଡିଆ ପିଜାଣ୍ଟ୍‌ର ରନର୍ସ ଅପ୍‌ ଐଶ୍ବର୍ଯ୍ୟାଙ୍କୁ ‘ମିସ୍‌ ୟୁନିଭର୍ସ ପ୍ରତିଯୋଗିତାକୁ ପଠାଇବାକୁ ସ୍ଥିର କରିଥିଲେ। ବାଂଲାଦେଶର ଏକ କାର୍ଯ୍ୟକ୍ରମ ସମୟରେ ପରିଚୟପତ୍ରର ପ୍ରମାଣ ପାଇଁ ସେହି ଇଭେଣ୍ଟର ଆୟୋଜିକା ଅନୁପମା ବର୍ମା ମୋ ପାସ୍‌ପୋର୍ଟ ନେଇଥିଲେ। ପରେ ସେ ପାସ୍‌ପୋର୍ଟଟିକୁ କେଉଁଠାରେ ହଜାଇ ଦେଇଥିଲେ। ମିସ୍‌ ୟୁନିଭର୍ସ ପ୍ରତିଯୋଗିତାକୁ ଆଉ କମ୍‌ ଦିନ ରହିଥିବାରୁ ସଙ୍ଗେସଙ୍ଗେ ପାସ୍‌ପୋର୍ଟ କରିବା ସମ୍ଭବ ନଥିଲା। ତେବ‌େ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ରାଜେଶ ପାଇଲଟ୍‌ଙ୍କ ସାହାଯ୍ୟ ଯୋଗୁଁ ଏହାର ସମାଧାନ ‌ହୋଇଥିଲା। ମୁଁ ମିସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସହ ଭାରତର ‘ପ୍ରଥମ ମିସ୍‌ ୟୁନିଭର୍ସ ବିଜୟିନୀ’ ହୋଇଥିଲି ବୋଲି ସୁସ୍ମିତା କହିଛନ୍ତି।

ସମ୍ବନ୍ଧିତ ଖବର