ବିବାହକୁ ନେଇ ସୁସ୍ମିତା ନିଜର ଏଭଳି ଅଜବ ବିଚାରକୁ ଇନ୍‌ଷ୍ଟାରେ ସେୟାର କରିବା ପରେ ଲୋକେ କହିଲେ; ନିଶାରେ ଅଛନ୍ତି କି ମ୍ୟାଡାମ୍‌?

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ ନିଜ ଠାରୁ ୧୬ବର୍ଷ ସାନ ରେହେମାନ୍‌ ଶୈଲ୍‌ଙ୍କୁ ଡେଟ୍‌ କରିବା ଆରମ୍ଭ କରିବା ପରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଦୁହେଁ ପରସ୍ପର ମଧ୍ୟରେ ଥିବା ସଂପର୍କକୁ ପ୍ରଥମେ ସ୍ୱୀକାର କରି ନଥିବା ବେଳେ ପରେ ଅସଲ କଥା ସମସ୍ତଙ୍କ ସାମ୍ନାକୁ ଆସିଥିଲା । ଦୁହିଁଙ୍କ ମଧ୍ୟରେ ଗଭୀର ଭଲ ପାଇବା ଥିଲେ ମଧ୍ୟ ଦୁହିଁଙ୍କ ମଧ୍ୟରେ ଥିବା ବୟସର ପାର୍ଥକ୍ୟକୁ ନେଇ ଲୋକେ ସେମାନଙ୍କୁ ଅନେକ ସମୟରେ ଟ୍ରୋଲ କରି ଆସିଛନ୍ତି । ଏବେ ସୁସ୍ମିତା ବିବାହକୁ ନେଇ ନିଜର ଅଜବ ଚିନ୍ତାଧାରା ଇନ୍‌ଷ୍ଟାରେ ସେୟାର କରିବା ପରେ ତାଙ୍କ ଫଲୋଓ୍ଵର୍ସ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।

ସୂଚନା ମୁତାବକ, ବୁଧବାର ନିଜ ଅଫିସିଆଲ ଇନ୍‌ଷ୍ଟା ଆକାଉଣ୍ଟରେ ବିବାହକୁ ନେଇ ଏକ ପୋଷ୍ଟ କରିଥିଲେ ସୁସ୍ମିତା । “ଯିଏ ବି ବିବାହ ଭଳି ଏକ ଜିନିଷ ତିଆରି କରିଥିଲା, ତାହା ଏକ ଅଯଥା ଜିନିଷ ଥିଲା । ମାନେ ମୁଁ ତୁମକୁ ଭଲ ପାଉଛି । ଯେମିତି ତୁମେ ମୋତେ ଭବିଷ୍ୟତରେ ଛାଡ଼ି ନ ପଳାଅ, ସେଥିପାଇଁ ବିବାହ କରି ମୁଁ ସରକାରଙ୍କୁ ଏଥିରେ ସାମିଲ କରୁଛି” ବୋଲି ଟ୍ଵିଟରେ ଲେଖିଥିଲେ ସୁସ୍ମିତା।

Dailyhunt

ତାଙ୍କର ବିବାହକୁ ନେଇ ଏଭଳି ଚିନ୍ତାଧାରା ଥିବା ଜାଣି ଲୋକମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ । ଜଣେ “ଆମେ କ’ଣ ଆପଣଙ୍କ ଭଳି ପଶୁ ହୋଇଯିବୁ ଏବଂ ଆପଣ ଯେମିତି ବିବାହ ନ କରି ନିଜ ପ୍ରେମିକଙ୍କ ସହ ରହୁଛନ୍ତି, ସେମିତି ରହିବୁ” ବୋଲି ଲେଖିଥିବା ବେଳେ ଆଉ ଜଣେ “ତୁମେ ବୋଧହୁଏ ଏହି ପୋଷ୍ଟ କରିବା ସମୟରେ ନିଶାଗ୍ରସ୍ତ ଥିଲ” ବୋଲି ଲେଖି ଟ୍ରୋଲ କରିଥିଲେ । ।

ସମ୍ବନ୍ଧିତ ଖବର