ରୋଶନ ପରିବାରର ସମର୍ଥନରେ ବାହାରିଲେ ରିତିକ୍ଙ୍କ ପୂର୍ବ ପତ୍ନୀ ସୁଜାନେ, କହିଲେ; ଖରାପ ସମୟ ଦେଇ ଗତି କରୁଛି ପରିବାର
ମୁମ୍ବାଇ : ରୋଶନ ପରିବାରରେ ଏବେ କିଛି ଠିକ୍ ନଥିବା ଜଣା ପଡ଼ିଛି । ଦିନକୁ ଦିନ ନୂଆ ନୂଆ କଥା ବାହାରକୁ ଆସିବାରେ ଲାଗିଛି । ବଲିଉଡ୍ ଅଭିନେତ୍ରୀ କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀଙ୍କ ଟୁଇଟ୍ ପରେ ସନ୍ଦେହ ଘେରରେ ରହିଛି ରୋଶନ ପରିବାର । ରିତିକ୍ଙ୍କ ଭଉଣୀ ସୁନୈନା ଜଣେ ମୁସ୍ଲିମ୍ ଯୁବକଙ୍କ ପ୍ରେମ କରୁଥିବାରୁ ଭାଇ ସମେତ ତାଙ୍କ ବାପା ମଧ୍ୟ ତାଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ନିର୍ଯ୍ୟତନା ଦେଉଥିବା କହିଛନ୍ତି ରଙ୍ଗାଲୀ । ଏହା ସହ ସୁନୈନା କଙ୍ଗନାକୁ ଏ ନେଇ ସାହାଯ୍ୟ ମାଗୁଥିବା ମଧ୍ୟ ଜଣାଇ ସାରିଛନ୍ତି ରଙ୍ଗୋଲୀ । ଏହି ଘଟଣାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ରିତିକ୍ଙ୍କ ପୂର୍ବ ପତ୍ନୀ ରୋଶନ ପରିବାରର ସମର୍ଥନ କରିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଇନ୍ଷ୍ଟାରେ ଏକ ପୋଷ୍ଟ ଲେଖି, ମୁଁ ରୋଶନ ପରିବାରରେ ଲମ୍ବା ସମୟ ପର୍ଯ୍ୟନ୍ତ ରହିଛି ଏବଂ କିଏ କ’ଣ ତାହା ମଧ୍ୟ ଜାଣିଛି । ସୁନୈନା ବହୁତ ଭଲ ଏବଂ ନିଜ ପରିବାରକୁ ସେ ଭଲ ପାଆନ୍ତି । କିନ୍ତୁ ଏବେ ସେ ଖରାପ ସମୟ ଦେଇ ଗତି କରୁଛନ୍ତି । ସୁନୈନାଙ୍କ ବାପା ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିବା ବେଳେ ତାଙ୍କ ମା’ କିଛି କହିବା ସ୍ଥିତିରେ ନାହାନ୍ତି । ସବୁ ପରିବାରରେ ଏଭଳି ସମୟ ଆସିଥାଏ । ଦୟାକରି ରୋଶନ ପରିବାର ଏହି କଠିନ ସମୟରେ ତାଙ୍କ ସାଥ୍ ଦିଅନ୍ତୁ ବୋଲି ଲେଖିଛନ୍ତି ସୁଜାନେ ।