ପରଦାରେ ଆଉ ଏହି କାମ କରିବେନି ସ୍ୱରା !

ମୁମ୍ବାଇ: ବଲିଉଡ଼୍‍ର ଚର୍ଚ୍ଚିତ ଅଭିନେତ୍ରୀ ସ୍ୱରା ଭାସ୍କର ଏବେ ନିଜର ଏକ ନୂଆ ଭୂମିକା ପାଇଁ ଚର୍ଚ୍ଚାରେ ରହିଛନ୍ତି। ସେ ତାଙ୍କର ନୂଆ ସିନେମା ‘ବୀର୍‌ ଦି ଓ୍ଵଡ଼ିଂ’ରେ ଜଣେ ଚେନ୍‌ ସ୍ମୋକର୍‌ ଯୁବତୀ ଭୂମିକାରେ ଆସୁଛନ୍ତି।
ସ୍ୱରାଙ୍କ ଅନୁଯାୟୀ ସେ କେବେ ବି ବିଡ଼ି ,ସିଗାରେଟ୍‌କୁ ଛୁଅଁନ୍ତି ନାହିଁ। ଏଭଳି ପରିସ୍ଥିତିରେ ନିର୍ଦ୍ଦେଶକ ଶଶାଙ୍କ ଘୋଷ୍‌ ଯେତେବେଳେ ତାଙ୍କୁ ଧୂମ୍ରପାନ କରୁଥିବା ଯୁବତୀ ଭୂମିକା ପାଇଁ ପ୍ରସ୍ତାବ ଦେଲେ ,ସେତେବେଳେ ସେ ଚିନ୍ତାରେ ପଡ଼ିଯାଇଥିଲେ।
ଏହାକୁ ଏକ ଚାଲେଂଜ୍‌ ଭାବେ ନେଇ ରାଜି ହୋଇଥିଲେ ।ଏହାପରେ ନିର୍ଦ୍ଦେଶକ ଶଶାଙ୍କ ଘୋଷ ସ୍ୱରା ଭାସ୍କରଙ୍କୁ ଧୂମପାନରେ ଅଭ୍ୟସ୍ତ ହେବା ଲାଗି ପରାମର୍ଶ ଦେଇଥିଲେ। ତାହା ସିନେମାର ଚରିତ୍ର ପାଇଁ ନିହାତି ଆବଶ୍ୟକ ବୋଲି ଯୁକ୍ତି ବାଢ଼ିଥିଲେ ନିର୍ଦ୍ଦେଶକ।
ସ୍ୱରା କହନ୍ତି ଯେ,ପ୍ରଥମେ ନିର୍ଦ୍ଦେଶକ ତାଙ୍କୁ ବିଡ଼ି ଟାଣିବାକୁ ଦେଇଥିଲେ।ଏଥିରେ ସଫଳ ହେବାପରେ ତାଙ୍କ ହାତରେ ସିଗାରେଟ୍‌ ଧରାଇଥିଲେ ନିର୍ଦ୍ଦେଶକ ଶଶାଙ୍କ ଘୋଷ। ସ୍ୱରା ଭାସ୍କର କହନ୍ତି ଯେ,ଜୀବନରେ ବିଡ଼ି ସିଗାରେଟ୍‌ ଭଳି ଖରାପ ଜିନିଷର ଖରାପ ଅଭିଜ୍ଞତା ତାଙ୍କର ଅନ୍ୟ କିଛି ନାହିଁ। ଏଣୁ ସେ ନିଷ୍ପତ୍ତି ନେଇଛନ୍ତି,ଭବିଷ୍ୟତରେ କେବେ ହେଲେ ପରଦା ଉପରେ ଧୂମପାନ କରିବେ ନାହିଁ।


ଆଗରୁ ବଲିଉଡ଼୍‍ର ଲୋକପ୍ରିୟ ନାୟିକା ବିପାସା ବାସୁ ଓ ଦୀପିକା ପାଦୁକୋନ୍‌ ମଧ୍ୟ ପରଦାରେ ଧୂମପାନ ନ କରିବାର ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧିତ ଖବର