ଅଦନାନ୍ ସାମିଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବା ପରେ ସ୍ବରା ଭାସ୍କର କହିଲେ; ଆମକୁ ଗାଳି ଦିଅ, ପାକିସ୍ତାନୀକୁ ସମ୍ମାନ ଦିଅ

ମୁମ୍ବାଇ: ବଲିଉଡ୍ କଣ୍ଠଶିଳ୍ପୀ ଅଦନାନ୍ ସାମିଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯିବା ନେଇ ଘୋଷଣା କରାଯିବା ପରେ ରାଜନୀତି ଆରମ୍ଭ ହୋଇଥିଲା। ବିଭିନ୍ନ ରାଜନେତା ଏହାକୁ ବିରୋଧ କରିବା ସହ ଏହା ଅନୁଚିତ୍ ବୋଲି କହିଥିଲେ। ଏବେ ରାଜନେତାଙ୍କ ସହ ବଲିଉଡ୍ ଅଭିନେତ୍ରୀ ସ୍ବରା ଭ‌ାସ୍କର ସାମିଲ ହୋଇଛନ୍ତି। ଅଦନାନ୍ ସାମିଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯିବା ନେଇ ବିରୋଧ କରିବା ସହ ପାକିସ୍ତାନୀକୁ ସମ୍ମାନ ଦିଆଯାଉଥିବା କଥା କହିଛନ୍ତି।

Image result for swara-bhaskar"
Siasat

ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନିିନ୍ଦା କରିବା ସହ ସେ କହିଛନ୍ତି, ଏହି ଦେଶରେ ଶରଣାର୍ଥୀମାନଙ୍କୁ ନାଗରିକତା ଦେବା ଓ ବେଆଇନ ଭାବେ ଦେଶକୁ ପଶି ଆସିଥିବା ଲୋକଙ୍କୁ ଚିହ୍ନଟ କରିବାର ଆଇନ ପୂର୍ବରୁ ରହିଛି। ଏହି ଆଇନ ଅନୁଯାୟୀ ସରକାର ଅଦନାନ୍ ସାମିଙ୍କୁ ଭାରତୀୟ ନାଗରିକତା ଦେବା ସହ ଏବେ ପଦ୍ମଶ୍ରୀ ସମ୍ମାନ ମଧ୍ୟ ଦେବାକୁ ଯାଉଛନ୍ତି। ସିଏଏକୁ ବି‌ରୋଧ କରୁଥିବାରୁ ସରକାର ଆମକୁ ଟୁକଡେ ଟୁକଡେ ଗ୍ୟାଙ୍ଗର ଏକ ଅଂଶ ବୋଲି କହିବା ସହ  ଆମ ଉପରେ ଲାଠିମାଡ଼ କରିବା ଏବଂ ଆମକୁ ଗାଳି ଦେବା ଭଳି କାମ କରୁଛନ୍ତି। କିନ୍ତୁ ଜଣେ ପାକିସ୍ତାନୀକୁ ପଦ୍ମଶ୍ରୀ ଭଳି ସମ୍ମାନ ଦିଆଯାଉଛି। ଏଠାରେ ଭାରତୀୟଙ୍କୁ ଅସମ୍ମାନ କରାଯାଇ ଜଣେ ପାକିସ୍ତାନୀକୁ ସମ୍ମ‌ାନ ଦିଆଯାଉଛି। ଇନ୍ଦୋରରେ ଏକ ରାଲିରେ ଯୋଗ ଦେଇ ଏଭଳି ବୟାନ ଦେଇଛନ୍ତି ସ୍ବରା ଭାସ୍କର।

ସମ୍ବନ୍ଧିତ ଖବର