ସ୍ୱରା ପିନ୍ଧିଥିଲେ ଏମିତି ଡ୍ରେସ୍‌, ଯାହାକୁ ଦେଖି ‘ନିର୍ମା ଦିଦି ଆସିଗଲେ’ ବୋଲି କହିଲେ ଇନ୍‌ଷ୍ଟା ବ୍ୟବହାରକାରୀ

ମୁମ୍ବାଇ : ଜୁନ୍‌ ୧ରେ ରିଲିଜ ହେବାକୁ ଯାଉଛି ସୋନମ କପୁର,କରୀନା କପୁର,ସ୍ୱରା ଭାସ୍କର ଏବଂ ଶିଖା ତଲସାନିଆଙ୍କ ଅଭିନୀତ ଫିଲ୍ମ ‘ବିରେ ଦି େଓ୍ଵଡ଼ିଙ୍ଗ’ । ଫିଲ୍ମର ଟ୍ରେଲର ରିଲିଜ ପରେ ଫିଲ୍ମକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଏହି ୪ ଅଭିନେତ୍ରୀ ଏବେ ଜୋରସୋରରେ ଫିଲ୍ମର ପ୍ରମୋସନ ଆରମ୍ଭ କରିଛନ୍ତି । କିଛି ଦିନ ତଳେ ଫିଲ୍ମର ମ୍ୟୁଜିକ୍‌ ଲଞ୍ଚ କରାଯାଇଥିବା ବେଳେ ଫିଲ୍ମରେ ଅଭିନୟ କରିଥିବା ୪ ଜଣ କଳାକାର ସେଠାରେ ପହଞ୍ଚିଥିଲେ । ମ୍ୟୁଜିକ୍‌ ଲଞ୍ଚରେ ସମସ୍ତେ ଭିନ୍ନ ଧରଣର ଲୁକ୍‌ରେ ଆସିଥିବା ବେଳେ ସ୍ୱରା ପିନ୍ଧିଥିବା ପୋଷାକକୁ ନେଇ ସୋସିଆଲ ମିଡ଼ିଆରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

Times Now

ନିଜ ଅଭିନୟ ଏବଂ ବିନ୍ଦାସ୍‌ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଏହି ଅଭିନେତ୍ରୀ ଏବେ ନିଜ ପୋଷାକକୁ ନେଇ ଟ୍ରୋଲ ହୋଇଛନ୍ତି । ମ୍ୟୁଜିକ୍‌ ଲଞ୍ଚରେ ପିନ୍ଧିଥିବା ପୋଷାକକୁ ନେଇ ଲୋକମାନେ ନିର୍ମା ଦିଦି ମିଳିଗଲେ ବୋଲି କହିଛନ୍ତି । ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ପରେ ସ୍ୱରା ପିନ୍ଧିଥିବା ପୋଷାକକୁ ନେଇ ଲୋକମାନେ ଏଭଳି ମନ୍ତବ୍ୟ ଦେଇଛନ୍ତି । ସ୍ୱରାଙ୍କ ଏହି ପୋଷାକ ଉପରେ ନିଜର ମତ ରଖି ଜଣେ ବ୍ୟବହାରକାରୀ ‘ଦୁଧ୍‌ ସି ସଫେଦି ନିର୍ମା ସେ ଆଇ ରଙ୍ଗିନ କପ୍‌ଡ଼ା ଭି ଖିଲ୍‌ ଖିଲ୍‌ ଯାଏ’ ବୋଲି ଲେଖିଥିବା ବେଳେ ଆଉ ଜଣେ ବ୍ୟବହାରକାରୀ ‘ନିର୍ମା ଦିଦି ମିଳିଗଲେ’ ବୋଲି ଲେଖିଥିଲେ । ନିଜ ପୋଷାକକୁ ନେଇ ସ୍ୱରା ଟ୍ରୋଲ ହୋଇଥିଲେ ମଧ୍ୟ ଏ ନେଇ କୌଣସି ମତ ରଖି ନ ଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର