ସ୍ୱରାଙ୍କ  ‘ବୀରେ ଦି ୱେଡ଼ିଙ୍ଗ’ ବିବାଦୀୟ ଦୃଶ୍ୟ  ନେଇ ମୁହଁ ଖୋଲିଲେ ତାଙ୍କ ମା’

ମୁମ୍ବାଇ: ନିକଟରେ ମହିଳାଙ୍କ ଉପରେ ଆଧାରିତ ଫିଲ୍ମ  ‘ବୀରେ ଦି ୱେଡ଼ିଙ୍ଗ’ରେ ସ୍ୱରା ଭାସ୍କରଙ୍କର ଏକ ବୋଲ୍ଡ ସିନ୍‌ ରହିଛି। ଯାହା ପାଇଁ ବର୍ତ୍ତମାନ ସୋସିଆଲ୍‌ ମିଡ଼ିଆରେ ସ୍ୱରାଙ୍କୁ ବହୁ ସଂଖ୍ୟାକ ଲୋକଲଜ୍ଜ୍ୟର ସାମ୍ନା କରିବାକୁ ପଡ଼ୁଛି । ଏଥିରେ ସ୍ୱରାଙ୍କର ଏକ ଆପତ୍ତିଜନକ ଦୃଶ୍ୟ ରହିଛି ଯାହାକୁ ଦେଖି ସୋସିଆଲ ମିଡ଼ିଆରେ ତାଙ୍କୁ ବିଭିନ୍ନ ପ୍ରକାରର କଥା ଶୁଣିବାକୁ ମିଳିଛି । ଯାହାର ବର୍ତ୍ତମାନ ଉତ୍ତର ଦେଇଛନ୍ତି ସ୍ୱରାଙ୍କ ମା’ ଇରା ଭାସ୍କର ।

ସ୍ୱରା ଭାସ୍କରଙ୍କ ମା’ ଜଣେ ଫିଲ୍କ ଇତିହାସିକାର  ହେବା ସହ ଜବାହାରଲାଲ ନେହେରୁ  ବିଶ୍ୱବିଦ୍ୟାଳୟରେ ପ୍ରଫେସର । ତାଙ୍କ ଝିଅ ସ୍ୱରାଙ୍କ ଉପରେ ‘ବୀରେ ଦି ୱେଡ଼ିଙ୍ଗ’ରେ ଦେଇଥିବା ଆପତ୍ତିଜନକ ଦୃଶ୍ୟ ପାଇଁ ବିଭିନ୍ନ ପ୍ରକାରର ଆରୋପ ଲଗାଯାଉଥିବା ବେଳେ ତାଙ୍କ ମା’ ନିକଟରେ ଏକ ଇଣ୍ଟରଭ୍ୟୁରେ ଚଳଚ୍ଚିତ୍ରରେ ବୋଲ୍ଡ ସିନ୍‌ ଉପରେ ନିଜର ମତ ପ୍ରଦାନ କରିଛନ୍ତି।

navbharattimes

ଭାରତୀୟ ସିନେମାର ମୂଳ ବିଷୟ ସେସ୍କୁଆଲିଟି ବା ଯୌନତା ନୁହଁ , ଯାହାକୁ ସିଧାସଳଖ ଭାବେ ବ୍ୟକ୍ତ କରାଯାଇପାରିବ । ସିନେମା ଇତିହାସରେ ନଜର ପକାଇଲେ ବର୍ତ୍ତମାନ ବହୁତ ପ୍ରକାରର ପରିବର୍ତ୍ତନ ପରିଲକ୍ଷିତ ହେବ । ବର୍ତ୍ତମାନ ସିନେମା ମହିଳାଙ୍କ କାମବାସନା ଉପରେ ଅଧିକ ଧ୍ୟାନ ହେଉଥିବା ଦେଖିବାକୁ ମିଳୁଛି। ଏପରି ଅନେକ ଜିନିଷ ରହିଛି ଯାହାକୁ ଗୀତ ସାହାଯ୍ୟରେ ବର୍ଣ୍ଣନା କରାଯାଇପାରିବ ।  ସେ ଯେକୌଣସି ଭାଷା ହେଉନା କାହିଁକି ଗୀତ ଜରିଆରେ କାମବାସନା ଏବଂ ସେସ୍କୁଆଲିଟି ଦେଖାଇବା ହେଉଛି ଏକ ସରଳ ସହ ଉପାୟ ବୋଲି କହିଛନ୍ତି ଇରା ଭାସ୍କର ।

ତେବେ ସ୍ୱରାଙ୍କ ମା’ ସିଧାସଳଖ ଭାବେ ତାଙ୍କ ସମର୍ଥର୍ନ କରି ନ ଥିଲେ ମଧ୍ୟ ତାଙ୍କ କଥାବାର୍ତ୍ତାରୁ ଏହା ସୂଚିତ ହେଉଛି ସେ ସ୍ୱରାଙ୍କ ଏପରି ଅଭିନୟକୁ ସଂପୂର୍ଣ୍ଣ ଭାବେ ସମର୍ଥନ କରୁଛନ୍ତି ।

 

ସମ୍ବନ୍ଧିତ ଖବର