ପ୍ରଥମ ସିନେମାରେ ଧମାଲ୍‌ କରିଥିବା ସତ୍ତ୍ୱେ ଏହି ହିଟ୍‌ ଯୋଡି ଦ୍ୱିତୀୟ ଥର ନଜର ଆସି ନାହାନ୍ତି

ଭୁବନେଶ୍ୱର:ଅତୀତରେ ଯେତେବେଳେ ପ୍ରଥମ ଫିଲ୍ମ ‘ଆଇ ଲଭ୍‌ ୟୁ’ ରେ ଅନୁଭବ ଓ ନମ୍ରତା ଥାପ୍ପାଙ୍କ ଯୋଡ଼ି ହିଟ୍‌ ହୋଇଥିଲା ସେତେବେଳେ ସେମାନଙ୍କୁ ଏକାଠି ମିଳିଥିଲା ଏକାଧିକ ସିନେମାର ଅଫର୍‌ ଏବଂ ସେମାନେ ବେଶ୍‌ କେତୋଟି ସିନେମାରେ ବି ଏକାଠି କାମ କରିଥିଲେ । ହେଲେ ଚଳିତ ବର୍ଷର ଏକ ବ୍ଲକବଷ୍ଟର ମୁଭିର ସୁପରହିଟ୍‌ ଡେବ୍ୟୁଟାଣ୍ଟ ଯୋଡ଼ିଙ୍କ କ୍ଷେତ୍ରରେ ସେଭଳି ଘଟି ନାହିଁ ।

ହଁ ଏଠାରେ ଯେଉଁ ଅନ୍‌ସ୍କ୍ରିନ୍‌ ଯୋଡ଼ିଙ୍କ କଥା କୁହାଯାଉଛି, ସେ ଦୁହେଁ ହେଲେ ସ୍ୱରାଜ ଓ ଭୂମିକା । ସ୍ୱରାଜ-ଭୂମିକା ଯୋଡ଼ିଙ୍କ ପ୍ରଥମ ସିନେମା ‘ ତୁ ମୋ’ ଲଭ ଷ୍ଟୋରି’ କୁ ମିଳିଥିଲା ବିପୁଳ ବ୍ୟାବସାୟିକ ସଫଳତା । ଆଶା କରାଯାଉଥିଲା ଏହି ଯୋଡ଼ିକୁ ପ୍ରଯୋଜକମାନେ ରିପିଟ୍‌ କରିବେ, କିନ୍ତୁ ସେଭଳି ଘଟିଲା ନାହିଁ । ପ୍ରଥମେ ଶୁଣିବାକୁ ମିଳିଥିଲା ‘ ତୁ ମୋ’ ଲଭ ଷ୍ଟୋରି’ର ପ୍ରଯୋଜନା ସଂସ୍ଥା ସ୍ୱରାଜ-ଭୂମିକାଙ୍କୁ ରିପିଟ୍‌ କରି ଦଶହରା ପାଇଁ ଏକ ସିନେମା ନିର୍ମାଣ କରିବେ, ହେଲେ ତାହା ହେଲା ନାହିଁ ।


ତାପରେ କିନ୍ତୁ ସ୍ୱରାଜ ଓ ଭୂମିକା ଅଲଗା ହୋଇ କାମ କରିଥିଲେ । ସ୍ୱରାଜ ସାର୍ଥକର ନୂଆ ସିନେମା ‘ଲୈଲା ଓ ଲୈଲା’ର ନାୟକ ବନିଲେ , ଆଉ ଭୂମିକା ‘ ହିରୋ ନମ୍ବର ଓ୍ଵାନ୍‌’ର ନାୟିକା ଭୂମିକା ପାଇଲେ । ଭୂମିକା ବାବୁସାନଙ୍କ ବିପକ୍ଷରେ ଏହି ସିନେମାରେ ଦେଖା ଦେଇଛନ୍ତି। ଅନ୍ୟ ପକ୍ଷରେ ‘ଲୈଲା ଓ ଲୈଲା’ରେ ସ୍ୱରାଜଙ୍କ ପାର୍ଟନର ହେଲେ ସନ୍‌ମୀରା । ଏବେ ଭୂମିକାଙ୍କ ହାତରେ କୌଣସି ସିନେମା ନଥିବା ବେଳେ ସ୍ୱରାଜଙ୍କ ହାତରେ ଏସ କେ ମୁରଲୀଧରନଙ୍କ ଏକ ସିନେମା ଥିବା କୁହାଯାଇଛି।

ସମ୍ବନ୍ଧିତ ଖବର