ଭୂମିକାଙ୍କଠୁ ପଛରେ ପଡ଼ିଲେ ସ୍ୱରାଜ

ଭୁବନେଶ୍ୱର : ସ୍ୱରାଜ ଓ ଭୂମିକା ଉଭୟେ ଓଲିଉଡରେ ଶିଶୁ କଳାକାର ଭାବେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ। ତେବେ ଶିଶୁ କଳାକାର ରୂପେ ଭୂମିକାଙ୍କ ତୁଳନାରେ ସ୍ୱରାଜଙ୍କ ସିନେମା ସଂଖ୍ୟା ଯଥେଷ୍ଟ ଅଧିକ। ସ୍ୱରାଜ ୨୦ରୁ ଅଧିକ ଓଡ଼ିଆ ଛବିରେ ନଜର ଆସିଛନ୍ତି। ହେଲେ ଭୂମିକା ମାତ୍ର ଦୁଇଟି ଓଡ଼ିଆ ସିନେମା ‘ରୁମକୁ ଝୁମାନା’ ଓ ‘ଗପ ହେଲେ ବି ସତ’ରେ ଶିଶୁ କଳାକାର ଭାବେ ଦେଖାଦେଇଥିଲେ।

ସେ ଯା’ହେଉନା କାହିଁକି ଏ ଦୁଇ ପ୍ରତିଭାବାନ୍‌ ଶିଶୁ କଳାକାର ଅବଶେଷରେ ଚଳିତ ବର୍ଷ ମୁକ୍ତିଲାଭ କରିଥିବା ବ୍ଲକବଷ୍ଟର ଫିଲ୍ମ ‘ତୁ ମୋ’ ଲଭ ଷ୍ଟୋରି’ ଜରିଆରେ ନାୟକ ଓ ନାୟିକା ଭାବେ ଡେବ୍ୟୁ କରିଥିଲେ। ତେବେ ସିନେମା ସଂଖ୍ୟା ବ୍ୟାପାରରେ ଏବେ ସ୍ୱରାଜ ଭୂମିକାଙ୍କଠାରୁ ପଛରେ ପଡିଯାଇଛନ୍ତି। କାରଣ ଇତିମଧ୍ୟରେ ଭୂମିକାଙ୍କ ଅଭିନୀତ ଦୁଇଟି ଛବି ରିଲିଜ୍‌ ହୋଇସାରିଛି। ଭୂମିକାଙ୍କ ଅଭିନୀତ ଅନ୍ୟ ଏକ ସିନେମା ‘ହିରେ ନଂ୧’ ଗତ ପୂଜା ବଜାରରେ ରିଲିଜ୍‌ ହୋଇଥିଲା।

ଏ ଦୁଇ ପ୍ରତିଭାବାନ୍‌ ଶିଶୁ କଳାକାର ଅବଶେଷରେ ଚଳିତ ବର୍ଷ ମୁକ୍ତିଲାଭ କରିଥିବା ବ୍ଲକବଷ୍ଟର ଫିଲ୍ମ ‘ତୁ ମୋ’ ଲଭ ଷ୍ଟୋରି’ ଜରିଆରେ ନାୟକ ଓ ନାୟିକା ଭାବେ ଡେବ୍ୟୁ କରିଥିଲେ। ତେବେ ସିନେମା ସଂଖ୍ୟା ବ୍ୟାପାରରେ ଏବେ ସ୍ୱରାଜ ଭୂମିକାଙ୍କଠାରୁ ପଛରେ ପଡିଯାଇଛନ୍ତି।

ଅପରପକ୍ଷରେ ସ୍ୱରାଜ ମଧ୍ୟ ଭୂମିକାଙ୍କ ସହ ସମକକ୍ଷ ହେବା ପାଇଁ ଅନ୍ୟ ଏକ ନାମୀ ପ୍ରଯୋଜନା ସଂସ୍ଥାର ଫିଲ୍ମ ‘ଲୈଲା ଓ ଲୈଲା’ ପାଇଁ ସାଇନ୍‌ କରିଥିଲେ। ଏହାର ସୁଟିଂ ବି ଶେଷ ହୋଇଛି। ପ୍ରଥମେ ଶୁଣିବାକୁ ମିଳୁଥିଲା ଯେ ‘ଲୈଲା ଓ ଲୈଲା’ ପୂଜାରେ ରିଲିଜ୍‌ ହେବ, କିନ୍ତୁ ତାହା ଘଟିଲା ନାହିଁ। ଏବେ କୁହାଯାଉଛି ଯେ ଏହା ଆସନ୍ତା ବର୍ଷ ମୁକ୍ତିଲାଭ କରିବ। ଏ ଦୃଷ୍ଟିରୁ ୨୦୧୭ରେ ଭୂମିକାଙ୍କର ଦୁଇଟି ଫିଲ୍ମ ରିଲିଜ୍‌ ହୋଇଥିବା ବେଳେ ସ୍ୱରାଜଙ୍କ ଅଭିନୀତ ସିନେମା ସଂଖ୍ୟା ୧ରେ ରହିଯିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର