ଭୁବନେଶ୍ୱର: ଓଲିଉଡରେ ଶିଶୁ କଳାକାର ଭବେ ବେଶ୍ କେତୋଟି ଫିଲ୍ମରେ ଅଭିନୟ କରିବା ପରେ ବଡ ପରଦାରେ ନାୟିକାଭାବେ କ୍ୟାରିଅର୍ ଆରମ୍ଭ କରିଥିବା ନିକିତାଙ୍କର ଏକ ଫିଲ୍ମ ଫ୍ଲୋର୍କୁ ଯିବାର ଥିଲା,ମାତ୍ର ତାହା ସମ୍ଭବ ହୋଇ ନାହିଁ। ଏହି ଓଡ଼ିଆ ସିନେମାରେ ନିକିତା ସ୍ୱରାଜଙ୍କ ସହିତ ଯୋଡ଼ି ବନିବାର ଥିଲା। ଏହି ସିନେମାକୁ ନେଇ ଉଭୟ ସ୍ୱରାଜ ଏବଂ ନିକିତା ବେଶ୍ ଉତ୍ସାହିତ ବି ଥିଲେ ହେଲେ ଏହାର ସୁଟିଂ ଆରମ୍ଭ ହୋଇ ପାରିନାହିଁ।
ସ୍ୱରାଜ ତାଙ୍କ ସମୟର ଅନ୍ୟ ତିନି ଶିଶୁ କଳାକାର ଭୂମିକା,ସନ୍ମୀରା ଓ ଶିବାନୀଙ୍କ ସହ କାମ କରି ସାରିଲେଣି। ତାଙ୍କ ଇଛା ସେ ନିକିତାଙ୍କ ନାୟକ ବି ବନିବେ।ଏଠାରେ ସୂଚନାଯୋଗ୍ୟ ଯେ ନିକିତା ଜଣାଶୁଣା ନିର୍ମାତା ଶ୍ରୀଧର ମାର୍ଥା ଓ ନିର୍ଦ୍ଦେଶକ ନିଂରଜନ ବେହେରାଙ୍କ ‘ଯୋଗୀ’ ସିନେମାରେ ବ୍ରେକ୍ ପାଇଇଥିଲେ। ଏହି ଫିଲ୍ମରେ ନିକିତା ଜଣେ ନବାଗତ ନାୟକ ଆର୍ଯ୍ୟନ୍ ଦାଶ କୁମାରଙ୍କ ବିପକ୍ଷରେ ନଜର ଆସିଥିଲେ।ହେଲେ ‘ଯୋଗୀ’ପରେ ତାଙ୍କୁ ଅନ୍ୟ ସିନେମାରେ ଏଯାଏଁ ଦେଖିବାକୁ ମିଳି ନାହିଁ। ପାଖାପାଖି ଦଶ ମାସ ହେବ ସେ ପରଦାକୁ ଆସିନାହାଁନ୍ତି।