ଭୁବନେଶ୍ୱର: ସାର୍ଥକ ମ୍ୟୁଜିକ୍ର ୨୪ ତମ ଓଡ଼ିଆ ଚଳଚ୍ଚିତ୍ର ହେଲା ‘ଲଭ୍ ଏକ୍ସପ୍ରେସ୍’। ଏହି ସିନେମା ଜରିଆରେ ଓଲିଉଡକୁ ଫେରିଲେ ଏକ ଯୋଡ଼ି। ଏହି ଯୋଡି ହେଲେ ସ୍ୱରାଜ-ସନମୀରା। ଓଲିଉଡର ଏହି ଟିନ୍ ଏଜର୍ ଯୋଡି ସ୍ୱରାଜ-ସନମୀରାଙ୍କର ପ୍ରଥମ ସିନେମା ହେଲା ‘ଲୈଲା ଓ ଲୈଲା’। ଏହି ଯୋଡ଼ିକୁ ପରଦାକୁ ଆଣିଥିଲେ ସାର୍ଥକ ମ୍ୟୁଜିକ୍।
‘ଲୈଲା ଓ ଲୈଲା’ ରେ ସ୍ୱରାଜ୍-ସନମୀରାଙ୍କ ଯୋଡ଼ି ଜମିଯାଇଥିଲା। ଏଥିରେ ଥିବା ଦୁଇଟି ଗୀତ ଏହି ଯୋଡିକୁ ଅଧିକ ଲୋକପ୍ରିୟ କରିଥିଲା। ଏହି ଦୁଇ ଗୀତ ହେଲା-ସୁକୁଟି ସାହୁ ଆଂଜେଲ୍ ପ୍ରିୟା.. ଓ ଫାର୍ଷ୍ଟ ଟାଇମ୍ ଗୋଟେ ଝିଅ..।
‘ଳୈଲା ଓ ଲୈଲା’ ପରେ ପୁଣି ଏହି ସ୍ୱରାଜ୍-ସନମୀରା ଯୋଡ଼ି ଆସୁଛନ୍ତି ଏକ ନୂଆ ସିନେମାରେ। ଏହି ଫିଲ୍ମର ଟାଇଟଲ୍ ହେଲା ‘ଲଭ୍-ଏକ୍ସପ୍ରେସ’। ସିଦ୍ଧାର୍ଥ ଟିଭି ନିବେଦିତ ତଥା ସାର୍ଥକ ମ୍ୟୁଜିକ ନିବେଦିତ ଏହି ଫିଲ୍ମର ପ୍ରଯୋଜନା କରିଛନ୍ତି ସୀତାରାମ ଅଗ୍ରଓ୍ଵାଲ।ଏହି ସିନେମାର ଓଲିଉଡର ଦୁଇ ଲୋକପ୍ରିୟ ଅଭିନେତା ବବି ମିଶ୍ର ଓ ପିଣ୍ଟୁ ନନ୍ଦଙ୍କୁ ମଧ୍ୟ ଦେଖିବାକୁ ମିଳିବ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ସିନେମାରେ କାହାଣୀକାର ହେଲେ ସିଦ୍ଧାର୍ଥ। ସଂଳାପ ଲେଖିଛନ୍ତି ଡ଼.ନିର୍ମଳ ନାୟକ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ରମେଶ ରାଉତ। ଏହା ଆଗରୁ ରମେଶ ଚାନ୍ଦ ନା ତୁମେ ତାରା, ଗଡ଼ଫାଦର, କାବୁଲା ବାରବୁଲା ଓ ‘ଟୋକାଟା ଫସିଗଲା’ ଆଦି ସିନେମାରେ ନିର୍ଦ୍ଦେଶନା ଦେଇଥିଲେ। ବୈଦ୍ୟନାଥ ଦାସ ଏହାର ସଂଗୀତ ନିର୍ଦ୍ଦେଶକ।
ସ୍ୱରାଜ-ସନମୀରା ଯୋଡ଼ିଙ୍କ ପ୍ରଥମ ସିନେମା ଭଲ ଚାଲି ନଥିବା ବେଲେଳ ଦ୍ୱିତୀୟ ଥର କ’ଣ ଘଟୁଛି ,ତାହା ଦେଖିବାକୁ ବାକି ରହିଲା ।