ଶ୍ରୀଦେବୀଙ୍କୁ ସବୁଦିନ ପାଇଁ ମନେ ରଖିବା ଭଳି କାମ କରିବାକୁ ଯାଉଛନ୍ତି ସୁଇଜରଲ୍ୟାଣ୍ଡ ସରକାର
ନୂଆଦିଲ୍ଲୀ: ଲୋକପ୍ରିୟ ବଲିଉଡ୍ ଅଭିନେତ୍ରୀ ତଥା ବଲିଉଡ୍ର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କ ବିୟୋଗକୁ କିଛି ମାସ ବିତି ଯାଇଥିଲେ ମଧ୍ୟ ଏବେ ବି ତାଙ୍କୁ ଲୋକେ ମନେ ପକାଉଛନ୍ତି । ଏ ଦୁନିଆ ଛାଡ଼ି ଚାଲି ଯାଇଥିଲେ ମଧ୍ୟ ତାଙ୍କ ଅଭିନୟର ଛାପ ସେ ଛାଡ଼ି ଯାଇଛନ୍ତି । ମୃତ୍ୟୁ ପରେ ମଧ୍ୟ ତାଙ୍କୁ ଅନେକ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ଏବେ ସୁଇଜରଲ୍ୟାଣ୍ଡ ସରକାର ଏ ନେଇ ଏକ ବଡ଼ ନିଷ୍ପତ୍ତିି ନେଇଥିବା ଜଣା ପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୁଇଜରଲ୍ୟାଣ୍ଡରେ ଶ୍ରୀଦେବୀଙ୍କ ଏକ ପ୍ରତିମା କରିବା ପାଇଁ ସୁଇଜରଲ୍ୟାଣ୍ଡ ସରକାର ଯୋଜନା କରୁଛନ୍ତି । ଏ ନେଇ ପର୍ଯ୍ୟଟନ ବିଭାଗ ଆଲୋଚନା ଚଳାଉଥିବା ବେଳେ ଖୁବ୍ ଶୀଘ୍ର ତାଙ୍କର ପ୍ରତିମା ତିଆରି କରାଯିବ ବୋଲି ଜଣା ପଡ଼ିଛି । ସୂଚନା ମୁତାବକ, ଶ୍ରୀଦେବୀଙ୍କ ସୁପରହିଟ୍ ଫିଲ୍ମ ଚାନ୍ଦନୀର କିଛି ଦୃଶ୍ୟ ସୁଇଜରଲ୍ୟାଣ୍ଡରେ ସୁଟିଂ କରାଯାଇଥିଲା । ତାଙ୍କର ଦେଶରେ ଏବଂ ଦେଶ ବାହାରେ ପ୍ରଶଂସକଙ୍କ ସଂଖ୍ୟା ଅଧିକ ଥିବାରୁ ସୁଇଜରଲ୍ୟାଣ୍ଡ ସରକାର ଏଭଳି ନିଷ୍ପତ୍ତିି ନେଇଥିବା ଜଣା ପଡ଼ିଛି । ଏହା ପୂର୍ବରୁ ୨୦୧୬ରେ ପ୍ରସିଦ୍ଧ ଫିଲ୍ମ ନିର୍ମାତା ୟଶ ଚୋପ୍ରାଙ୍କର ପ୍ରତିମା ସୁଇଜରଲ୍ୟାଣ୍ଡରେ ନିର୍ମାଣ କରା ଯାଇଥିଲେ ।