ବଲିଉଡ୍‌କୁ ଆସିବା ପୂର୍ବରୁ ସଫ୍ଟଓୟାର ଇଞ୍ଜିନିୟର ଥିଲେ ଏହି ନାୟିକା, ଗୋଟିଏ ଫିଲ୍ମ ପରେ ବନି ଯାଇଥିଲେ ଷ୍ଟାର

ମୁମ୍ବାଇ : ଫିଲ୍ମ ଲାଇନ୍‌କୁ ଆସିବା ପୂର୍ବରୁ କିଛି କଳାକାରମାନଙ୍କ ଜୀବନ ପୂରା ଭିନ୍ନ ଥିଲା। କେହି ହୋଟେଲ ତ କେହି ପେଟ୍ରୋଲ ପମ୍ପ ଏବଂ ଆଉ କିଛି ନିଜର ଚାକିରି ଛାଡ଼ି ଲାଇମ୍‌ଲଇଟ୍‌କୁ ଆସିବା ପାଇଁ ନିଷ୍ପତ୍ତିି ନେଇଥିଲେ । ଆଜି ଆମେ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଫିଲ୍ମ ଲାଇନ୍‌କୁ ଆସିବା ପୂର୍ବରୁ ଜଣେ ସଫ୍ଟଓୟାର ଇଞ୍ଜିନିୟର ଥିଲେ । କିନ୍ତୁ ତାଙ୍କ ଭାଗ୍ୟରେ କିଛି ଅଲଗା ରହିଥିଲା । ଫିଲ୍ମ ପାଇଁ ସେ ଚାକିରି ଛାଡ଼ିଥିବା ବେଳେ ଆଜି ବଲିଉଡ୍‌ ଏବଂ ଟଲିଉଡ୍‌ ଇଣ୍ଡଷ୍ଟ୍ରିରେ ଲୋକପ୍ରିୟ ହୋଇ ପାରିଛନ୍ତି। ସେ ହେଉଛନ୍ତି ତାପ୍‌ସୀ ପନ୍ନୁ । ତାଙ୍କର ଜନ୍ମ ଏକ ଶିଖ୍‌ ପରିବାରରେ ହୋଇଥିବା ବେଳେ ତାଙ୍କ ବାପା ଜଣେ ବ୍ୟବସାୟୀ ବୋଲି ଜଣାପଡ଼ିଛି । ୮ବର୍ଷ ବୟସରୁ ତାପ୍‌ସୀ କଥକ ଏବଂ ଭରତନାଟ୍ୟମ୍‌ ଶିଖିବା ଆରମ୍ଭ କରିଥିଲେ । ୮ବର୍ଷ ପର୍ଯ୍ୟନ୍ତ ନୃତ୍ୟ ଶିଖିବା ସହ ସ୍କୁଲରେ ପାଠ ପଢ଼ା ସାରି ଇଞ୍ଜିନିୟରିଂ କରିବା ଆରମ୍ଭ କରିଥିଲେ । ଇଞ୍ଜିନିୟରିଂ ପରେ ସେ ଏମ୍‌ବିଏ କରିବା ପାଇଁ ଚାହୁଁଥିବା ବେଳେ ଭଲ କଲେଜ ନ ମିଳିବାରୁ ସେ ସଫ୍ଟଓୟାର ଇଞ୍ଜିନିୟର ଭାବେ ଚାକିରି ଆରମ୍ଭ କରିଥିଲେ ।

The Indian Express

କିନ୍ତୁ ୬ ମାସ ଚାକିରି କରିବା ପରେ ସେ ଚାକିରି ଛାଡ଼ି ମଡ଼େଲିଂ କରିବା ଆରମ୍ଭ କରିଥିଲେ । ଯାହା ପରେ ତାଙ୍କୁ ଦକ୍ଷିଣୀ ଫିଲ୍ମରୁ ଅଫର ଆସିବାକୁ ଲାଗିଥିଲା। ଫିଲ୍ମ ଆଡ଼ୁକଲାମରେ ଅଭିନେତା ଧନୁଷଙ୍କ ସହ ସେ ଦକ୍ଷିଣୀ ଫିଲ୍ମରୁ ଡ଼େବ୍ୟୁ କରିଥିଲେ, ଯାହାକି ସୁପରହିଟ୍‌ ହେବା ସହ ଏହି ଫିଲ୍ମକୁ ୬ଟି ନ୍ୟାସ୍‌ନାଲ ଆଓ୍ଵାର୍ଡ଼ ମିଳିଥିଲା । ଦକ୍ଷିଣୀ ଫିଲ୍ମରେ ନିଜର ଯାଦୁ ଚଳାଇବା ପରେ ସେ ୨୦୧୩ରେ ଫିଲ୍ମ ଚଷମେବଦୁର ଜରିଆରେ ବଲିଉଡ୍‌ରେ ପାଦ ରଖିଥିଲେ । ଫିଲ୍ମଟି ହିଟ୍‌ ନ ହୋଇଥିଲେ ମଧ୍ୟ ତାପ୍‌ସୀଙ୍କ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏବେ ସେ ବଲିଉଡ୍‌ରେ ଲୋକପ୍ରିୟ ହୋଇ ପାରିଛନ୍ତି ।

ସମ୍ବନ୍ଧିତ ଖବର