ଏହି କାରଣ ପାଇଁ ତାପ୍‌ସୀଙ୍କୁ ମୁମ୍ବାଇରେ ମିଳି ନଥିଲା ଘର, ମାସେ ପର୍ଯ୍ୟନ୍ତ କରିଥିଲେ ଅପେକ୍ଷା

ମୁମ୍ବାଇ : ଅଭିନେତ୍ରୀ ତାପ୍‌ସୀ ପନ୍ନୁଙ୍କ କଥା ମନକୁ ଆସିଲେ ବଲିଉଡ୍‌ରେ ତିଷ୍ଟିବା ପାଇଁ ସେ କରିଥିବା କଷ୍ଟ ଆଖି ଆଗକୁ ଆସିଯାଏ । ପ୍ରଥମେ ତାଙ୍କୁ ଅନେକ କଷ୍ଟ କରିବାକୁ ପଡ଼ିଥିବା ବେଳେ ଏବେ ସେ ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସାରିଛନ୍ତି । ବଦ୍‌ଲା, ପିଙ୍କ, ବେବି, ନାମ ଶବାନା ଭଳି ଫିଲ୍ମ କରି ସେ ନିଜ ଦକ୍ଷତାକୁ ପ୍ରମାଣ କରି ସାରିଛନ୍ତି । ତେବେ ବଲିଉଡ୍‌ରେ ସ୍ଥାନ ତିଆରି କରିବା ସହ ତାଙ୍କୁ ମୁମ୍ବାଇରେ ରହିବା ପାଇଁ ମଧ୍ୟ ସଂଘର୍ଷ କରିବାକୁ ପଡ଼ିଥିଲା ବୋଲି କହିଛନ୍ତି ତାପସୀ ।

Pinkvilla

ତାଙ୍କ ଅନୁଯାୟୀ, ପ୍ରଥମେ ମୁମ୍ବାଇରେ ମୋତେ ଘର ଦେବା ପାଇଁ କେହି ରାଜି ନଥିଲେ । ମୋ ପେଶା ବିଷୟରେ ଜାଣି ସମସ୍ତେ ମୋତେ ମନା କରି ଦେଇଥିଲେ । ମୁମ୍ବାଇରେ ଘର ଖୋଜିବା ପାଇଁ ମୋତେ ମାସେ ସମୟ ଲାଗିଥିଲେ । ଲୋକେ ଟଙ୍କା ଖର୍ଚ୍ଚ କରି ଫିଲ୍ମ ଦେଖିବା ସହ ଲାଇଭ୍‌ ସୋ’ ଦେଖିବାକୁ ଯାଉଥିବା ବେଳେ ଘରେ ରହିବାକୁ ନ ଦେବା ଘଟଣା ମୋତେ ଆଶ୍ଚର୍ଯ୍ୟ କରିଥିଲା । କିନ୍ତୁ ଧିରେ ଧିରେ ମୁଁ ଏ ସବୁକୁ ଗ୍ରହଣ କରି ନେଇଥିଲି ।

ସମ୍ବନ୍ଧିତ ଖବର