ଅଜୟ ଦେବଗନ୍‌ଙ୍କ ପାଇଁ ଏ ପର୍ଯ୍ୟନ୍ତ ଅବିିବାହିତ ଅଛନ୍ତି ବଲିଉଡ୍‍ର ଏହି ନାୟିକା

ମୁମ୍ବାଇ : ବଲିଉଡ୍‍ରେ ଏମିତି ଅନେକ କଳାକାର ଅଛନ୍ତି ଯେଉଁମାନେ ନିଜ ପ୍ରେମକୁ ଭୁଲି ନ ପାରି ବିବାହ କରି ନାହାନ୍ତି । ସେ ବଲିଉଡ଼୍‍ର ଟାଇଗର ସଲମାନ ଖାନ୍‌ ହୁଅନ୍ତୁ ବା ବଲିଉଡ଼୍‍ ଅଭିନେତ୍ରୀ ରେଖା । ବୟସ ବଢ଼ିବା ସହ ଏମାନେ ବିବାହକୁ ନେଇ କେବେ କୌଣସି ମନ୍ତବ୍ୟ ରଖି ନାହାନ୍ତି । ବିବାହ କଥା ଉଠିବା ମାତ୍ରେ ଏମାନେ ସେ ପ୍ରଶ୍ନକୁ ଆଡ଼େଇ ଦେଇ ଚାଲି ଯାଆନ୍ତି । ତେବେ ବଲିଉଡ୍‍ରେ ଏମିତି ଜଣେ ଅଭିନେତ୍ରୀ ଅଛନ୍ତି ଯିଏ ବଲିଉଡ଼୍‍ର ସିଂଘମ୍‌ ତଥା ଅଜୟ ଦେବଗନ୍‌ଙ୍କ ପାଇଁ ଏବେ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି । ସେ ହେଉଛନ୍ତି ବଲିଉଡ଼୍‍ରେ ଏକ ସମୟରେ ଚର୍ଚ୍ଚାରେ ଥିବା ଅଭିନେତ୍ରୀ ତବୁ! ଫିଲ୍ମରେ ଅନେକ ଥର ବିବାହ କରିଥିଲେ ମଧ୍ୟ ଅସଲ ଜୀବନରେ ତବୁ କାହାକୁ ମଧ୍ୟ ବିବାହ କରି ନାହାନ୍ତି । ପୂର୍ବରୁ ଅନେକ ଫିଲ୍ମରେ ଅଭିନୟ  କରିଥିଲେ ମଧ୍ୟ ଫିଲ୍ମ ବିଜୟପଥ ରିଲିଜ୍‌ ପରେ ତାଙ୍କୁ ବଡ଼ ସଫଳତା ମିଳିଥିଲା । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନାୟକ ସାଜିଥିଲେ ଅଜୟ ଦେବ୍‌ଗନ ।

All India Roundup

ଫିଲ୍ମରେ ଦୁଇ ଜଣଙ୍କ ଯୋଡ଼ିକୁ ସମସ୍ତେ ପସନ୍ଦ କରିଥିଲେ । ଏ ପର୍ଯ୍ୟନ୍ତ ତବୁଙ୍କ ନାଁ କୌଣସି କଳାକାରମାନଙ୍କ ସହ ଯୋଡ଼ା ଯାଇ ନ ଥିଲେ ମଧ୍ୟ ସେ ବିବାହ ନକରିବାର କାରଣ ଅଜୟ ବୋଲି କହିଛନ୍ତି ତବୁ । ଏକ ସାକ୍ଷାତକାରରେ ତବୁ ଏ ନେଇ ଖୁଲାସା କରିଥିଲେ । ମୋ ଭାଇ ଏବଂ ଅଜୟ ଦୁଇ ଜଣ ପଡ଼ୋଶୀ ଥିଲେ । ଏ ଦୁଇ ଜଣ ମୋ ଉପରେ କଡ଼ା ନଜର ରଖୁଥିଲେ । ଯଦି କୌଣସି ପୁଅ ମୋ ଆଖପାଖରେ ଦେଖାଯାଉଥିଲେ ଦୁଇ ଜଣ ମିଶି ସେମାନଙ୍କୁ ମାଡ଼ ମାରୁଥିଲେ । ଯାହା ପାଇଁ କେହି ବି ମୋ ସହ କଥା ହୁଅନ୍ତି ନାହିଁ । ଆଜି ମୁଁ ସିଙ୍ଗିଲ୍‌ ହେବାର ମୁଁ କାରଣ ହେଉଛନ୍ତି ଅଜୟ ବୋଲି ସେ କହିଥିଲେ ।

ସମ୍ବନ୍ଧିତ ଖବର