ସୋନାଲିଙ୍କ ପରେ ଏବେ ତାହିରା: କର୍କଟ ରୋଗ ପାଇଁ ଲଣ୍ଡା ହେଲେ, ସେୟାର କଲେ ଫଟୋ
ମୁମ୍ବାଇ : କିଛି ଦିନ ତଳେ ବଲିଉଡ୍ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ ତାହିରା କଶ୍ୟପ କର୍କଟ ରୋଗର ଶିକାର ହେବାର ଖବର ଆସିଥିଲା । ତାହିରା ନିଜ ଇନ୍ଷ୍ଟା ଆକାଉଣ୍ଟକୁ ଯାଇ ଏ ନେଇ ସମସ୍ତଙ୍କୁ ଜଣାଇଥିଲେ । ଏହା ସହ କେମୋ ଥେରାପିର କଷ୍ଟ ବିଷୟରେ ମଧ୍ୟ କହିଥିଳେ । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । କିଛି ଦିନ ଚର୍ଚ୍ଚା ହେବା ପରେ ତାହିରାଙ୍କ ଉପରୁ ଧ୍ୟାନ ହଟି ଆସୁଥିବା ବେଳେ ଏବେ ତାହିରାଙ୍କ ଆଉ ଏକ ଫଟୋକୁ ନେଇ ଆଲୋଚନା ଆରମ୍ଭ ହୋଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୋନାଲି ବେନ୍ଦ୍ରେଙ୍କ ପରେ ତାହିରାଙ୍କର ଲଣ୍ଡା ହେବାର ଫଟୋ ଏବେ ସାମ୍ନାକୁ ଆସିଛି । ଇନ୍ଷ୍ଟାରେ ସେ ନିଜର ଫଟୋ ସେୟାର କରି ଲେଖିଥିଲେ, ହେଲୋ,େ ୟ ମେଁ ହୁଁ ବୋଲି ଲେଖିଥିବା ଦେଖା ଯାଇଛି । ମୋର ପୁରୁଣା ଲୁକ୍କୁ ନେଇ ମୁଁ ଥକି ଯାଇଥିଲି । ମୋର ଏ ଲୁକ୍ କେମିତି ଲାଗୁଛି ? ମୁଁ କେବେ ଭାବି ନଥିଲି କି ମୁଁ କେବେ ଜୀବନରେ ଲଣ୍ଡା ହେବି । କିନ୍ତୁ ଆଜି ଲଣ୍ଡା ହୋଇ ମୁଁ ଭଲ ଅନୁଭବ କରୁଛି ।