ବିଶ୍ୱ କର୍କଟ ଦିବସରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ନିଜର ଏଭଳି ଫଟୋ ସେୟାର କଲେ ତାହିରା କଶ୍ୟପ
ମୁମ୍ବାଇ : ଜୀବନର କୌଣସି ମୂହୁର୍ତ୍ତରେ କ’ଣ ଘଟିବ ତାହା କେହି କହି ପାରିବେ ନାହିଁ । ସବୁ ସମସ୍ୟାର ସମାଧାନ ହୋଇଗଲା ବୋଲି ଭାବିବାକୁ ଆରମ୍ଭ କରିବା ବେଳେ ଜୀବନ ଆଉ ଏକ ବଡ଼ ସମସ୍ୟା ଆଣି ଠିଆ କରି ଦେଇଥାଏ । କିଛି ସେଭଳି ସମୟ ଦେଇ ଏବେ ଗତି କରୁଛନ୍ତି ବଲିଉଡ୍ ଅଭିନେତା ଆୟୁଷ୍ମାନ ଖୁରାନା ଏବଂ ତାଙ୍କ ପତ୍ନୀ ତାହିରା କାଶ୍ୟପ । ଦୁହିଁଙ୍କ ଜୀବନରେ ସବୁ କିଛି ଠିକ୍ ଚାଲିଥିବା ବେଳେ କିଛି ମାସ ତଳେ ତାହିରାଙ୍କୁ ସ୍ତନ କର୍କଟ ରୋଗ ହୋଇଥିବା ସାମ୍ନାକୁ ଆସିଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ତାହିରା ନିଜେ ଏ ଖବର ଇନ୍ଷ୍ଟା ମାଧ୍ୟମରେ ସମସ୍ତଙ୍କୁ ଜଣାଇଥିଲେ । ଏ ଖବର ପାଇବା ପରେ ପ୍ରଥମେ ସେ ଭାଙ୍ଗି ପଡ଼ିଥିବା ବେଳେ ପରେ ଆୟୁଷ୍ମାନ ତାଙ୍କୁ ଲଢ଼ିବାର ସାହାସ ଦେଇଥିଲେ । ମଝିରେ ମଝିରେ ତାହିରା ନିଜ ରୋଗକୁ ନେଇ ନିଜର ଫଲୋୟର୍ସ ଅପ୍ଡେଟ୍ କରାଇଥାନ୍ତି । ପୂର୍ବରୁ ସେ ନିଜ ଲଣ୍ଡା ହେବାର ଫଟୋ ଇନ୍ଷ୍ଟାରେ ସେୟାର କରିଥିବା ବେଳେ ଏବେ ସେ ନିଜ ପିଠିରେ ଥିବା ଚିକିତ୍ସାର ଏକ ଦାଗର ଫଟୋ ଉଠାଇ ଇନ୍ଷ୍ଟାରେ ସେୟାର କରିଛନ୍ତି । ବିଶ୍ୱ କର୍କଟ ଦିବସ ଅବସରରେ ସେ ଲୋକମାନଙ୍କୁ ସଚେତନ କରିବାକୁ ଯାଇ ଏଭଳି ପୋଷ୍ଟ କରିଛନ୍ତି ।