ହାଏ କହିବା ପାଇଁ କୁହାଯିବାରୁ ଏପରି ଅନ୍ଦାଜରେ ହାଏ କହିଲେ ତୈମୁର, ପୁଅର ଏଭଳି ଅନ୍ଦାଜ ଦେଖି ହସିବାକୁ ଲାଗିଲେ କରୀନା, ଦେଖନ୍ତୁ ଭିଡିଓ…

ମୁମ୍ବାଇ: ଜନ୍ମଠାରୁ ହଁ ଚର୍ଚ୍ଚାରେ ରହି ଆସିଛନ୍ତି ଛୋଟେ ନବାବ୍‌ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୁଅ ତୈମୁର । ତାଙ୍କ ଲୁକ୍‌ ଏବଂ ନବାବୀ ଅନ୍ଦାଜର ସମସ୍ତେ ଫ୍ୟାନ୍‌ ହୋଇ ଯାଇଥିବା ବେଳେ ପ୍ରତି ଥର ତାଙ୍କ ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ସବୁ ସାମ୍ବାଦିକମାନଙ୍କର ତୈମୁର ଏବେ ସବୁଠାରୁ ପସନ୍ଦର ଷ୍ଟାର କିଡ଼୍‍ ବନି ଯାଇଥିବା ବେଳେ ଏବେ ତାଙ୍କର ଆଉ ଏକ ଭିଡ଼ିଓ ଭାଇରାଲ ହୋଇଛି । ଯେଉଁଥିରେ ସେ ହାଏ କହୁଥିବାର ଦେଖା ଯାଇଛି ।

ସୂଚନା ମୁତାବକ, କରୀନା ତୈମୁରଙ୍କୁ ନେଇ ନଣଦ ସୋହା ଅଲ୍ଲୀ ଖାନ୍‌ଙ୍କ ଘରେ ପହଞ୍ଚିଥିଲେ । ଏହି ସମୟରେ ଘର ବାହାରେ ତୈମୁର ଏବଂ କରୀନାଙ୍କ ଅପେକ୍ଷାରେ ଥିଲେ ଅନେକ ସାମ୍ବାଦିକ । କରୀନା ଗାଡ଼ିରୁ ତୈମୁରଙ୍କ ସହ ବାହାରିବା ପରେ ସାମ୍ବାଦିକମାନେ ତୈମୁରଙ୍କୁ ହାଏ କହିବା ପାଇଁ କହିଥିଲେ । ଏହି ସମୟରେ ସେ କ୍ୟାମେରାକୁ ଦେଖି ହାଏ କହିଥିଲେ । ଯାହା ପରେ କରୀନା ଏବଂ ଉପସ୍ଥିତ ଥିବା ଲୋକମାନେ ହସିବାକୁ ଲାଗିଥିଲା । ଏହାର ଏକ ଭିଡ଼ିଓ ଏବେ ଭାଇରାଲ ହୋଇଥିବା ବେଳେ ତୈମୁରଙ୍କ ହାଏ କହିବା ଅନ୍ଦାଜକୁ ସମସ୍ତେ ପସନ୍ଦ କରିଛନ୍ତି ।

ସମ୍ବନ୍ଧିତ ଖବର