ମାଆ କରିନାଙ୍କ ସହିତ ‘ଗୁଡ୍‌ ନ୍ୟୁଜ୍‌’ରେ ଡେବ୍ୟୁ କରିବେ ତୈମୁର୍‌ !

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଦଂପତି ସୈଫ୍‌ ଅଲ୍ଲୀ ଖାନ୍‌ ଓ କରୀନା କପୁର ଖାନ୍‌ଙ୍କ ପୁଅ ତୈମୁର୍‌ ଅଲ୍ଲୀ ଖାନ୍‌ ସବୁଠାରୁ ଅଧିକ ଲୋକପ୍ରିୟତା ହାସଲ କରିଥିବା ଷ୍ଟାର୍‌ କିଡ୍‌ମାନଙ୍କ ମଧ୍ୟରେ  ଅନ୍ୟତମ। ତୈମୁରଙ୍କ ଫଟୋ ଏବଂ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଗତ କିଛି ଦିନ ତଳେ ଚର୍ଚ୍ଚା ହେଉଥିଲା ଯେ ତୈମୁରଙ୍କ ନାଆଁରେ ଏକ କଣ୍ଢେଇ ଓ କୁକିଜ୍‌ ବଜାରକୁ ଆସିବ। ଏବେ ଆଉ ଏକ ଚମକପ୍ରଦ ଖବର ମିଳିଛି।

ତାହା ହେଲା ଯେ ତୈମୁର ଅଲ୍ଲୀ ଖାନ୍‌ ବଲିଉଡରେ ମଧ୍ୟ ଡେବ୍ୟୁ କରିବାକୁ ଯାଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ତୈମୁର ମାଆ କରିନାଙ୍କ ଆଗାମୀ ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ଜରିଆରେ ବଲିଉଡରେ ଡେବ୍ୟୁ କରିବେ। ଏହି ଫିଲ୍ମରେ ତାଙ୍କର ମାତ୍ର ୧୦ ମିନିଟ୍‌ର ରୋଲ୍‌ ରହିବ। କିଛି ଦିନ ତଳେ ‘ଗୁଡ୍‌ ନ୍ୟୁଜ୍‌’ ସେଟ୍‌ର ଏକ ଭିଡ଼ିଓ ଭାଇରାଲ୍‌ ହୋଇଥିଲା, ଯେଉଁଥିରେ କିଆରା ଆଡ଼ଭାନୀଙ୍କ ସହିତ ତୈମୁର ଦୌଡୁଥିବାର ଦେଖିବାକୁ ମିଳିଥିଲା।

photo-indiatoday

ଶୁଣିବାକୁ ମିଳୁଛି ଯେ ତୈମୁର ଇତିମଧ୍ୟରେ ‘ଗୁଡନ୍ୟୁଜ୍‌’ର ଦୁଇଟି ଦୃଶ୍ୟ ଲାଗି ସୁଟିଂ କରିସାରିଛନ୍ତି। ଏହି ଫିଲ୍ମରେ କରିନା କପୁର ଖାନ୍‌ଙ୍କ ସହ ଅକ୍ଷୟ କୁମାର ନାୟକ ଭୂମିକାରେ ଅଛନ୍ତି।

 

ସମ୍ବନ୍ଧିତ ଖବର