ପୁଣି ସୋସିଆଲ୍‌ ମିଡିଆରେ ଭାଇାରାଲ ହେଲା ତୈମୁରଙ୍କ ଏହି ଭିଡିଓ

ମୁମ୍ବାଇ: ବଲିଉଡ଼ ଅଭିନେତା ତୁଷାର କପୁରଙ୍କ ପୁଅ ଲକ୍ଷ୍ୟ ୨ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏଥିପାଇଁ କପୁର ପରିବାର ଏକ ପାର୍ଟିର ମଧ୍ୟ ଆୟୋଜନ କରିଥିଲେ। ତେବେ ଅଭିନେତା ତୁଷାରଙ୍କ ପୁଅ ଲକ୍ଷ୍ୟର ଏହି ଜନ୍ମ ଦିନ ପାର୍ଟିରେ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଜେଜେ ଜିତେନ୍ଦ୍ର କପୁର,ପିଉସୀ ଏକତା କପୁର୍‌ ଏବଂ ପିତା ତୁଷାର କପୁର ସାମିଲ୍‌ ରହିଥିଲେ। ହେଲେଏହି ପାର୍ଟିର ସବୁଠୁଁ ବଡ଼ ତଥା ଖାସ୍‌ କଥା ହେଉଛି ଏଇଆ ଯେ,ଏଥିରେ ଷ୍ଟାର କିଡ଼୍‍ସମାନଙ୍କ ଲିଷ୍ଟରେ ସର୍ବଦା ହିଁ ଆଗରେ ରହୁଥିବା ତୈମୁର୍‌ ଅଲ୍ଲୀ ଖାନ୍‌ଙ୍କର ଉପସ୍ଥିତି ସାଂଗକୁ ତାଙ୍କର ଡ଼୍ୟାନ୍‌ସ ବି ସେଠାରେ ଉପସ୍ଥିତ ରହିଥିବା ସମସ୍ତ ସଦସ୍ୟଙ୍କର ମନ କିଣି ନେଇଥିଲା।

ସୂଚନା ଅନୁଯାୟୀ, ଏହି ନିକଟରେ ଅଭିନେତା ତୁଷାର କପୁରଙ୍କ ପୁଅ ଲକ୍ଷ୍ୟଙ୍କୁ ୨ ବର୍ଷ ହୋଇଥିବା ସହିତ ସେ ଏନେଇ ଏକ ଜନ୍ମ ଦିନ ପାର୍ଟିର ମଧ୍ୟ ଆୟୋଜନ କରିଥିଲେ,ଯେଉଁଥିରେ କି ଅନ୍ୟ ଷ୍ଟାର୍‌କିଡ଼୍‍ମାନଙ୍କ ମଧ୍ୟରେ ନର୍ମାତା କରଣ ଜୋହରଙ୍କ ସହିତ ତାଙ୍କର ଯମଜ ସନ୍ତାନ ପୁଅ ୟଶ୍‌ ଏବଂ ଝିଅ ରୁହିଙ୍କୁ ବି ଦେଖିବାକୁ ମିଳିଥିଲା । ଏହି ପାର୍ଟିରେ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ବଲିଉଡ଼ର ଛୋଟେ ନବାବ୍‌ ତଥା କରୀନା କପୁର ଖାନ୍‌ ଓ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଲାଡ଼୍‍ଲା ତୈମୁର୍‌ ଅଲ୍ଲୀ ଖାନ, କାରଣ କ୍ୟୁଟ୍‌ ତୈମୁର୍‌ଙ୍କୁ ଏଠାରେ ଡ଼୍ୟାନ୍‌ସ କରୁଥିବାର ଦେଖାଯାଇଥିଲା। ଏହା ଏବେ ସୋସିଆଲ୍‌ ମିଡ଼ିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର