ଭୁବନେଶ୍ବର: ରିଆଲିଟି ସୋ’ ପ୍ଲାଟଫର୍ମରୁ ସିନେମାରେ ସୁଯୋଗ ପାଇଥିବା ଜଣେ ନାୟିକା ଆଜିକାଲି ବେଶ ଚର୍ଚ୍ଚାରେ। ସେ ହେଲେ ତମନ୍ନା। ତମନ୍ନାଙ୍କୁ ନିର୍ଦ୍ଦେଶକ ସଞ୍ଜୟ ନାୟକ ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଜୋକର୍’ରେ ବ୍ରେକ୍ ଦେଇଥିଲେ ,କିନ୍ତୁ ତାହା ଅଧାରେ ଅଟକି ଯାଇଥିଲା। ସେ ଯାହା ହେଉନା କାହିଁକି, ତମନ୍ନା ଏବେ ଓଲିଉଡର ଜଣେ ଆଗଧାଡ଼ିର ନାୟିକା ଭାବେ ମାନ୍ୟତା ପାଇଛନ୍ତି। ସେ ଇତିମଧ୍ୟରେ ‘ଭାଇନା କ’ଣ କଲା ସେ’,‘ନିଝୁମ୍ ରାତିର ସାଥୀ’,‘ପ୍ରେମ କୁମାର’,‘ବ୍ଲାକମେଲ୍’ ,‘ଗୋଲମାଲ୍ ଲଭ୍’ ଏବଂ ‘ପ୍ରେମ ତୋର ନଟି ନଟି’ ଆଦି ସିନେମାରେ ନାୟିକା ବନି ସାରିଲେଣି।
୨୦୧୯ରେ ତମନ୍ନାଙ୍କର ମାତ୍ର ଦୁଇଟି ଓଡ଼ିଆ ସିନେମା ରିଲିଜ୍ ହୋଇଥିଲା। ହେଲେ ଏବର୍ଷ ତାଙ୍କୁ ଏହାଠୁ ଅଧିକ ଓଡ଼ିଆ ସିନେମାରେ ଦେଖିବାକୁ ପାଇବେ ଦର୍ଶକ। କାରଣ ତାଙ୍କ ଅଭିନୀତ ଦୁଇଟି ଓଡ଼ିଆ ସିନେମା ଏବେ ମୁକ୍ତି ଅପେକ୍ଷାରେ ରହିଛି। ଏଥିମଧ୍ୟରୁ ଗୋଟିଏ ହେଲା ‘ରୋମିଓ ରାଜା’। ଏଥିରେ ଦର୍ଶକ ନାୟକ ଅମ୍ଳାନ ଓ ନାୟିକା ତମନ୍ନାଙ୍କୁ ପ୍ରଥମ ଥର ଏକାଠି ଦେଖିବାକୁ ପାଇବେ।
ଏନ. ବି. ଏଣ୍ଟରଟେନମେଣ୍ଟ ବ୍ୟାନରରେ ଏହି ଫିଲ୍ମ ଅମ୍ଳାନ-ତମନ୍ନାଙ୍କ ବ୍ୟତୀତ ‘ରୋମିଓ ରାଜା’ରେ ବାବୁ ପ୍ରଧାନ, ହରିହର ମହାପାତ୍ର, ଦୀପକ ମହାରଣା, ଜ୍ଞାନ ପଲେଇ, ତପନ ଓ ରାଜଲକ୍ଷ୍ମୀ ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

Advertisment

publive-image
ଆଉ ଏକ ମୁକ୍ତି ପ୍ରତୀକ୍ଷିତ ସିନେମା ହେଲା ‘ସୁପରବୟ’, ଯେଉଁଥିରେ ତମନ୍ନା ନାୟକ ଜ୍ୟୋତିଙ୍କ ସହ ଆସୁଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନବାଗତ କେ.ଅନୀଶ୍‌। ଏହାର ପ୍ରଯୋଜନା ଦାୟିତ୍ୱ ବହନ କରିଛନ୍ତି ରବୀନ୍ଦ୍ର ନାଥ ପଣ୍ଡା ଓ ସି କେ.ଅନୀଶ। ଫିଲ୍ମର ସଂଳାପ ଲେଖିଛନ୍ତି ଡ଼ ଦୀପକ ଜେନା। ଏହାର ସଙ୍ଗୀତ ନିର୍ଦ୍ଦେଶକ ହେଲେ ବୈଦନାଥ ଦାସ।

ଏହାଛଡ଼ା ନିର୍ଦ୍ଦେଶକ ସଞ୍ଜୟ ନାୟକଙ୍କ ‘ଲୁଚେଇ ଦେ ମତେ ଛାତି ଭିତରେ’ରେ ବି ଏ ବର୍ଷ ନଜର ଆସିବେ ତମନ୍ନା।