ଏହି ଓଲିଉଡ ନାୟିକାଙ୍କ ପ୍ରଥମ ସିନେମା ଏଯାଏଁ ରିଲିଜ୍‌ ହୋଇ ନାହିଁ

ଭୁବନେଶ୍ୱର: କେତେଜଣ ନାୟିକା ରିଆଲିଟି ସୋ’ ଜରିଆରେ ସିନେମା ପାଇଛନ୍ତି। ଏମାନଙ୍କ ଭିତର ଜଣେ ହେଲେ ତମନ୍ନା ବ୍ୟାସ। ସେ ଜଣେ ମାରଓ୍ଵାଡି ପରିବାରର ଝିଅ। ସେ ଜଣେ ଶାକାହାରୀ। ସଂପ୍ରତି ସେ ଭୁବନେଶ୍ୱରର ବିଜେବି କଲେଜରେ ମାସ୍‌ କମ୍ୟୁନିକେସନରେ ମାଷ୍ଟର ଡିଗ୍ରି କରୁଥିବା ଜଣାଯାଇଛି। ତାଙ୍କ ନିଜ ଘର ଦକ୍ଷିଣ ଓଡ଼ିଶରେ ହୋଇଥିବା ବେଳେ ତମନ୍ନା କ୍ୟାରିଅରକୁ ଆଗେଇ ନେବା ଲାଗି ଭୁବନେଶ୍ୱରରେ ରହୁଛନ୍ତି। ରିଆଲିଟି ସୋ’ରେ ତମନ୍ନାଙ୍କୁ ଦେଖିବାପରେ ଜଣାଶୁଣା ନିର୍ଦ୍ଦେଶକ ସଞ୍ଜୟ ନାୟକ ତାଙ୍କ ନିର୍ଦ୍ଦେଶିତ ସିନେମା ‘ଜୋକର୍‌’ରେ ଫିମେଲ ଲିଡରେ ନେବା ଲାଗି ସ୍ଥିର କରିଥିଲେ। ଏଥିଲାଗି ନିର୍ଦ୍ଦେଶକ ସଞ୍ଜୟ ନାୟକ ବି ତାଙ୍କୁ ବିଧିବଦ୍ଧ ଅଫର୍‌ ଦେଲେ ଏବଂ ତାକୁ ସ୍ୱୀକାର କରିଥିଲେ ତମନ୍ନା। ତେବେ ଏଯାବତ୍‌ ତମନ୍ନାଙ୍କର ପ୍ରଥମ ସିନେମା ‘ଜୋକର୍‌’ ରିଲିଜ୍‌ ହୋଇ ନାହିଁ। ଏହି ସିନେମାରେ ମେଲ ଲିଡରେ ଥିଲେ ପପୁ ପମପମ୍‌। ଆଉ ଦୁଷ୍ମନ୍ତ ଏବଂ ଲିପସା ବି ଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ।


ଓଲିଉଡ଼୍‍ର ଲୋକପ୍ରିୟ ନାୟିକା ତମନ୍ନାଙ୍କର ଦୁଇଟି ଓଡ଼ିଆ ଛବି ମୁକ୍ତିଲାଭ କରିସାରିଛି । ତାଙ୍କର ଯେଉଁ ଦୁଇଟି ସିନେମା ରିଲିଜ୍‌ ହୋଇସାରିଛି , ତାହା ହେଲା ‘ଭାଇନା କ’ଣ କଲା ସେ’ ଏବଂ ନିଝୁମ୍‌ ରାତିର ସାଥୀ’। ଏଥିମଧ୍ୟରୁ ପ୍ରଥମେ ପରଦାକୁ ଆସିଥିଲା‘ଭାଇନା କ’ଣ କଲା ସେ’ । ଏବେ ଯେଉଁ ଦୁଇଟି ମୁକ୍ତି ପ୍ରତୀକ୍ଷାରେ ରହିଛି ତାହା ହେଲା ‘ଲୁଚେଇ ଦେ ମୋତେ ଛାତି ଭିତରେ’ ଏବଂ ‘ବ୍ଲାକମେଲ୍‌’।  ତେଣେ ସେ ଅନୁଭବଙ୍କ ସହ ‘ପ୍ରେମକୁମାର’ରେ ବି କାମ କରୁଛନ୍ତି।

ସମ୍ବନ୍ଧିତ ଖବର