ଫିଲ୍ମର ୪୦୦କ୍ର୍ୟୁ ସଦସ୍ୟଙ୍କୁ ସୁନା ମୁଦି ଉପହାର ଦେଲେ ସାଉଥ୍‌ ସୁପରଷ୍ଟାର ବିଜୟ

ନୂଆଦିଲ୍ଲୀ : ସାଉଥ୍‌ ସୁପରଷ୍ଟାର ବିଜୟ ଏବେ କରିଥିବା କାମ ପାଇଁ ଚର୍ଚ୍ଚାରେ ରହିଛନ୍ତି । ନିଜର ଆଗାମୀ ଫିଲ୍ମ ‘ବିଗିଲ୍‌’ର ୪୦୦ କ୍ର୍ୟୁ ସଦସ୍ୟଙ୍କୁ ସେ ସୁନା ମୁଦି ଉପହାରରେ ଦେଇଥିବା ଜଣାପଡ଼ିଛି । ଦିଆଯାଇଥିବା ସୁନା ମୁଦିରେ ଫିଲ୍ମର ନାଁ ‘ବିଗିଲ୍‌’ ବୋଲି ଲେଖାଯାଇଥିବା ଦେଖିବାକୁ ମିଳିଛି । ଅଗଷ୍ଟ ୧୩ରେ ଫିଲ୍ମରେ ବିଜୟଙ୍କର ଥିବା ଦୃଶ୍ୟର ସୁଟିଂ ଶେଷ ହୋଇଥିଲା । ଯାହା ପରେ ସେ ସମସ୍ତ କ୍ର୍ୟୁ ସଦସ୍ୟଙ୍କୁ ସୁନା ମୁଦି ଦେଇଥିଲେ । ବିଜୟଙ୍କ ହଠାତ୍‌ ଏଭଳି ଉପହାର ଦେବା, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତେବେ କ୍ର୍ୟୁ ସଦସ୍ୟଙ୍କୁ ଧନ୍ୟବାଦ ଦେବାକୁ ଯାଇ ସେ ଏଭଳି କରିଥିବା ଜଣାପଡ଼ିଛି ।

Image result for bigil
Hindustan Times

ସୂଚନା ମୁତାବକ, ‘ବିଗିଲ୍‌’ ଆସନ୍ତା ଅକ୍ଟୋବରରେ ରିଲିଜ୍‌ ହେବାକୁ ଯାଉଛି । ଏହି ଫିଲ୍ମରେ ସାଉଥ୍‌ ସୁପରଷ୍ଟାର ବିଜୟଙ୍କ ବ୍ୟତୀତ ବଲିଉଡ୍ ଅଭିନେତା ଜ୍ୟାକି ଶ୍ରଫ୍‌ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସୁଛନ୍ତି । ଫିଲ୍ମରେ ବିଜୟଙ୍କ ବ୍ୟତୀତ ନୟନତାରା ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ସୂଚନା ରହିଛି ।

ସମ୍ବନ୍ଧିତ ଖବର