ଅଳ୍ପ ଦିନ ଭିତରେ ତମନ୍ନା ଓଲିଉଡରେ ବେଶ୍ ଲୋକପ୍ରିୟ ହୋଇସାରିଲେଣି। ବୋଧହୁଏ ଏହି କାରଣରୁ ତାଙ୍କୁ ମିଳିଛି ଏବେ ଓଲିଉଡ୍ର ଟପ୍ ହିରୋ ଅନୁଭବଙ୍କ ସାଥ୍। ହଁ, ତମନ୍ନା ପ୍ରଥମ ଥର ପାଇଁ ଅନୁଭବଙ୍କ ସହ ଏବେ କାମ କରିବାର ସୁଯୋଗ ପାଇଛନ୍ତି। ଯେଉଁ ସିନେମାରେ ଅନୁଭବ-ତମନ୍ନାଙ୍କ ଯୋଡ଼ିକୁ ଦର୍ଶକ ଦେଖିବାକୁ ପାଇବେ, ତାହା ହେଲା ‘ପ୍ରେମ କୁମାର’।
Sambad is now on WhatsApp
Join and get latest news updates delivered to you via WhatsApp
ତରଙ୍ଗ ସିନେ ପ୍ରଡକ୍ସନ୍ସ ବ୍ୟାନର୍ରେ ନିର୍ମିତ ଏହି ଫିଲ୍ମରେ ଅନୁଭବଙ୍କ ବିପକ୍ଷରେ ତମନ୍ନାଙ୍କ ବ୍ୟତୀତ ଆଉ ଜଣେ ନାୟିକା ବି ଅଛନ୍ତି। ସେ ହେଲେ ଶିବାନୀ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ତାପସ ସରଘରିଆ। ତାପସଙ୍କର ତରଙ୍ଗ ରେ ଏହା ହେଉଛି ଚତୁର୍ଥ ସିନେମା। ଏହା ଆଗରୁ ସେ ଏହି ବ୍ୟାନର୍ରେ ‘ଇଶ୍କ ତୁ ହି ତୁ’, ‘ତୁ ମୋ’ ଲଭ୍ ଷ୍ଟୋରି’ ଓ ‘ହିରୋ ନମ୍ବର ଓ୍ଵାନ୍’ର ନିର୍ଦ୍ଦେଶନା ଦେଇଥିଲେ। ଠିକ୍ ସେହିପରି ଏହି ବ୍ୟାନର୍ରେ ଅନୁଭବଙ୍କର ବି ଏହା ଚତୁର୍ଥ ସିନେମା। ଏହା ପୂର୍ବରୁ ସେ ତରଙ୍ଗ ପ୍ରଯୋଜିତ ଫିଲ୍ମ ‘ଗପ ହେଲେ ବି ସତ’, ‘ଜଗା ହାତରେ ପଘା’ ଓ ‘ଅଭୟ ଦ କମନ୍ ମ୍ୟାନ୍’ରେ କାମ କରିଥିଲେ ।
ତେବେ ନାୟିକା ତମନ୍ନାଙ୍କର ତରଙ୍ଗ ସିନେ ପ୍ରଡକ୍ସନରେ ଏହା ପ୍ରଥମ ସିନେମା। ସେ ସଂଜୟ ନାୟକଙ୍କ ନିର୍ଦ୍ଦେଶିତ ‘ଜୋକର୍’ ଜରିଆରେ ଓଲିଉଡ୍ରେ ଡେବ୍ୟୁ କରିଥିଲେ, ମାତ୍ର ତାଙ୍କର ପ୍ରଥମ ମୁକ୍ତିପ୍ରାପ୍ତ ସିନେମା ହେଲା ‘ଭାଇନା, କ’ଣ କଲା ସେ’। ଏହାପରେ ସେ ‘ନିଝୁମ ରାତିର ସାଥୀ’ରେ ନଜର ଆସିଥିଲେ। ତାଙ୍କର ଅନ୍ୟ ଆଗାମୀ ଫିଲ୍ମ ମଧ୍ୟରେ ରହିଛି ‘ବ୍ଲାକ୍ମେଲ୍’ ଓ ‘ଲୁଚେଇ ଦେ ମତେ ଛାତି ଭିତରେ’।