୪୫ମିନିଟ୍‌ ପର୍ଯ୍ୟନ୍ତ ନିଆଁରେ ଫସି ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ ଅଭିନେତ୍ରୀ, ଏପ୍ରିଲ ଫୁଲ୍‌ ବନାଉଥିବା ଭାବିନେଲେ ଲୋକେ, ତା’ ପରେ…..

ମୁମ୍ବାଇ : ଫିଲ୍ମ ଏବଂ ବିଭିନ୍ନ ଟେଲିଭିଜନ ସୋ’ରେ ନଜର ଆସି ସାରିଥିବା ଅଭିନେତ୍ରୀ ତନାଜ ଇରାନୀ ଏକ ବଡ଼ ଦୁର୍ଘଟଣାର ସାମ୍ନା କରିଥିବା ଜଣା ପଡ଼ିଛି । ଏପ୍ରିଲ ୧ରେ ତାଙ୍କ ଘରେ ନିଆଁ ଲାଗି ଯାଇଥିବା ବେଳେ ସେ ଏବଂ ତାଙ୍କ ସ୍ୱାମୀ ବକ୍ତିଆର ସାହାଯ୍ୟ ପାଇଁ ଚିତ୍କାର କରିଥିଲେ । କିନ୍ତୁ ପ୍ରଥମେ ଲୋକେ ଏହାକୁ ଗମ୍ଭୀରତାର ସହ ନ ନେଇ ଦୁହେଁ ଏପ୍ରିଲ ଫୁଲ ବନାଉଥିବା ଭାବି ନେଇଥିଲେ । ଏହାର ଖୁଲାସା ନିଜେ ତନାଜ କରିବା ସହ ପୂରା ଘଟଣା ବିଷୟରେ ଜଣାଇଥିଲେ ।

Bollywood Papa

ତାଙ୍କ କହିବା ଅନୁଯାୟୀ, ମୁଁ ଏବଂ ବକ୍ତିଆର ଶୋଇଥିବା ସମୟରେ ଘରେ ନିଆଁ ଲାଗି ଯାଇଥିଲା । ଘରେ କାମ କରୁଥିବା ଗୃହସହାୟକ ପାଟି କରିବା ପରେ ଆମେ ଜାଣିଥିଲୁ । ଏହା ଦେଖି ଆମେ ସାହାଯ୍ୟ ପାଇଁ ପାଟି କରିବା ପରେ ପ୍ରଥମେ ଆମେ ଏପ୍ରିଲ ଫୁଲ୍‌ ବନାଉଛୁ ବୋଲି ଭାବି କେହି ଆସି ନ ଥିଲେ । କିନ୍ତୁ ପରେ ସତରେ ନିଆଁ ଲଗିଥିବା ଜାଣି ଫାୟାରବ୍ରିଗେଡ୍‍କୁ ଫୋନ କରିଥିଲେ । ପ୍ରାୟ ୪୫ମିନିଟ୍‌ ପରେ ନିଆଁକୁ ଆୟତ୍ତ କରାଯାଇ ପାରିଥିଲା । ଏ ଘଟଣା ବିଷୟରେ ମୁଁ ମୋ ପରିବାରକୁ ମଧ୍ୟ ଜଣାଇଥିଲି । କିନ୍ତୁ ସେମାନେ ମଧ୍ୟ ପ୍ରଥମେ ବିଶ୍ୱାସ କରି ନଥିଲେ ବୋଲି କହିଛନ୍ତି ତନାଜ ।

ସମ୍ବନ୍ଧିତ ଖବର