ସାକ୍ଷୀମାନଙ୍କୁ ପୁଲିସ ଷ୍ଟେସନ ଯାଇ ବୟାନ ନ ଦେବାକୁ ଧମକାଇଥିଲେ ନାନା: ତନୁଶ୍ରୀ ଦତ୍ତା

ମୁମ୍ବାଇ : କିଛି ମାସ ତଳେ ବଲିଉଡ୍‌ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଦିଗ୍ଗଜ ଅଭିନେତା ନାନା ପାଟେକରଙ୍କ ଉପରେ ଯୌନ ଅସଦାଚରଣର ଅଭିଯୋଗ ଆଣିଥିଲେ । ଏ ନେଇ ତନୁଶ୍ରୀ ଓସିଓ୍ଵାରା ପୁଲିସ ଆଗରେ ଅଭିଯୋଗ କରିଥିବା ବେଳେ ତଦନ୍ତ କରିଥିଲା ପୁଲିସ । ତେବେ ତଦନ୍ତ ପରେ କୌଣସି ପ୍ରମାଣ ନ ମିଳିବାରୁ ଗୁରୁବାର ନାନା ପାଟେକରଙ୍କୁ ମୁମ୍ବାଇ ପୁଲିସ କ୍ଲିନ୍‌ ଚିଟ୍‌ ଦେଇଥିଲା । ଏ ନେଇ ମୁମ୍ବାଇର ଓସିଓ୍ଵାରା ଥାନା ପକ୍ଷରୁ ମୁମ୍ବାଇ ମେଟ୍ରୋପୋଲିଟାନ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ଏକ ରିପୋର୍ଟ ମଧ୍ୟ ଦାଖଲ କରାଯାଇଥିଲା ।

Times Now

ତେବେ ନାନାଙ୍କୁ ମୁମ୍ବାଇ ପୁଲିସ କ୍ଲିନ୍‌ ଚିଟ୍‌ ଦେବା ପରେ ଚୁପ୍‌ ବସି ରହି ନାହାନ୍ତି ଅଭିନେତ୍ରୀ ତନୁଶ୍ରୀ । ପୁଲିସ ଅଫିସରଙ୍କୁ ଭ୍ରଷ୍ଟ ବୋଲି କହିବା ସହ ନାନା ପାଟେକର ସାକ୍ଷୀମାନଙ୍କୁ ଧମକ ଦେଉଥିଲେ ବୋଲି ଅଭିଯୋଗ କରିଛନ୍ତି । ତାଙ୍କ କହିବା ଅନୁଯାୟୀ, ମୋ ମାମଲାରେ ୧୦ଜଣ ସାକ୍ଷୀ ଥିଲେ । କିନ୍ତୁ ୧୦ଜଣଙ୍କ ମଧ୍ୟରେ ମାତ୍ର ଜଣେ କି ଦୁଇ ଜଣ ପୁଲିସ ପାଖରେ ପହଞ୍ଚି ନିଜର ବୟାନ ଦେଇଥିଲେ । ଅନ୍ୟମାନେ ନାନାଙ୍କ ଧମକରେ ଡ଼ରିଯାଇ ପୁଲିସ ପାଖରେ ପହଞ୍ଚି ନଥିଲେ । ଯେଉଁମାନେ ବୟାନ ଦେଇଥିଲେ, ସେମାନେ ନାନାଙ୍କର ବନ୍ଧୁ ଥିବାରୁ ତାଙ୍କ ସପକ୍ଷରେ ବୟାନ ଦେଇଥିଲେ । ଯାହା ପାଇଁ ନାନାକୁ କ୍ଲିନ୍‌ ଚିଟ୍‌ ମିଳିଛି ।

ସମ୍ବନ୍ଧିତ ଖବର