ଏଭଳି ଶୈଳୀରେ ଶାରୀରିକ ସଂପର୍କ ପାଇଁ ଇଶାରା ଦେଇଥିଲେ ନିର୍ଦ୍ଦେଶକ, ଅଭିନେତ୍ରୀ ତନୁଶ୍ରୀ ଦତ୍ତା ବଖାଣିଲେ ପୂରା ଘଟଣା

ମୁମ୍ବାଇ : ୨୦୦୩ରେ ମିସ୍‌ ଇଣ୍ଡିଆ କ୍ରାଉନ୍‌ ଜିତିଥିଲେ ବଲିଉଡ୍‌ ଅଭିନେତ୍ରୀ ତନୁଶ୍ରୀ ଦତ୍ତା । ଏହି କ୍ରାଉନ୍‌ ଜିତିବା ପରେ ତାଙ୍କୁ ବଲିଉଡ୍‌ରେ ପ୍ରଥମ ଚାନ୍ସ ମିଳିଥିଲା । ଫିଲ୍ମ ‘ଆଶିକ୍‌ ବନାୟା’ ଏବଂ ‘ଚକୋଲେଟ’ ଭଳି ଫିଲ୍ମ କରି ସେ ଲୋକପ୍ରିୟ ହୋଇ ପାରିଥିଲେ । ଅଧିକ ଫିଲ୍ମ କରି ନ ଥିଲେ ମଧ୍ୟ ତାଙ୍କର ଯାଦୁ ଯୁବପିଢ଼ିଙ୍କ ଉପରେ ରହିଥିଲା। ୨୦୧୦ରେ ତାଙ୍କୁ ଶେଷ ଥର ପାଇଁ ପରଦା ଉପରେ ଦେଖିବାକୁ ମିଳିଥିଲା । ଏବେ ସେ ଫିଲ୍ମ ଦୁନିଆରୁ ଦୂରରେ ରହୁଥିଲେ ମଧ୍ୟ ଏତେ ଦିନର ବ୍ୟବଧାନ ପରେ ତାଙ୍କୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ଏକ ଖବର କାଗଜକୁ ସେ ସାକ୍ଷାତକାର ଦେଇ ନିଜ ବିଷୟରେ କିଛି ଅଜଣା କଥା ଜଣାଇଛନ୍ତି ।

Filmfare

ସେ କହିଛନ୍ତି, “ମୁଁ ଏବେ ଆମେରିକାରେ ଅଛି । ଯେଉଁଠି ମୁଁ ବେଳେ ବେଳେ ଫଟୋସୁଟ୍‌ ଇଭେଣ୍ଟ କରୁଛି । ଆମେରିକା ଘରେ କାମ ଚାଲୁଥିବାରୁ ମୁଁ କିଛି ଦିନ ହେବ ମୁମ୍ବାଇ ଆସିଛି । ୩-୪ମାସ ମୁଁ ଏଠାରେ ରହିବି । ଏଠାକୁ ଆସିବା ପରେ ମୋତେ ବହୁତ ଅଫର ଆସୁଛି । କିନ୍ତୁ ମୁଁ ଏ ପର୍ଯ୍ୟନ୍ତ କ’ଣ କରିବି ଭାବି ନାହିଁ । ’ କାଷ୍ଟିଙ୍ଗ କାଉଚ୍‌କୁ ନେଇ ପ୍ରଶ୍ନ ପଚରା ଯିବା ପରେ ସେ କହିଥିଲେ ଇଣ୍ଡଷ୍ଟ୍ରିରେ ଏମିତି ଲୋକ ଅନେକ ଅଛନ୍ତି । ଯେଉଁମାନେ ସମ୍ମାନ ଦେଇ ଶାରୀରିକ ସଂପର୍କ ରଖିବାକୁ ଚାହିଁଥାନ୍ତି । ସେମାନେ ସିଧା ସିଧା ନ କହି ଇଶାରାରେ ସବୁ କିଛି କହିବା ପାଇଁ ଚେଷ୍ଟା କରିଥାନ୍ତି । ଥରେ ମୋତେ ଜଣେ ନିର୍ଦ୍ଦେଶକ କହିଥିଲେ କି କୌଣସି ବି ନିର୍ଦ୍ଦେଶକ ହିରୋଇନ୍‌କୁ ଭଲ ପାଇବା ଦରକାର । ଭଲ ପାଇବା ଥିଲେ ପରଦା ଉପରେ ଚରିତ୍ର ଭଲ ଭାବରେ ନଜର ଆସିଥାଏ । ଯାହାକୁ ଶୁଣି ମୁଁ ମନେ ମନେ ହସିଥିଲି । ଏଭଳି ଲୋକ ମୋ ଜୀବନରେ ଅନେକ ଆସିଛନ୍ତି । କିନ୍ତୁ ସିଧା ସିଧା ମୋ ଆଗରେ କେହି ବି ସେଭଳି ଡ଼ିମାଣ୍ଡ ରଖି ନାହାନ୍ତି।”

ସମ୍ବନ୍ଧିତ ଖବର