ଜଣେ ରାଷ୍ଟ୍ରୀୟ ପୁରସ୍କାର ପାଇଥିବା ଅଭିନେତା ଅଶାଳୀନ ଢ଼ଙ୍ଗରେ ଛୁଇଁବାକୁ କରିବାକୁ ଚେଷ୍ଟା କରିଥିଲେ ଏହି ନାୟିକାଙ୍କୁ , ଜାଣନ୍ତୁ ତାପରେ କ’ଣ ଘଟିଲା?

0 1,287

ମୁମ୍ବାଇ: ‘ଆଶିକ୍‌ ବନାୟା ଆପ୍‌ନେ’ ଫେମ୍‌ ତନୁଶ୍ରୀ ଦତ୍ତଏବେ ବିଗ୍‌ ବସରେ ସାମିଲ ହୋଇଛନ୍ତି। ଏହି କାରଣୁ ପ୍ରାୟ ୮ ବର୍ଷ ପରେ ପୁଣି ଏବେ ଚର୍ଚ୍ଚାକୁ ଆସିଛନ୍ତି ସେ । ଆପଣ କ’ର ଜାଣନ୍ତି କି ଥରେ ଜଣେ ଜଣାଶୁଣା ଅଭିନେତାଙ୍କ ବିରୋଧରେ ଅଶାଳୀନ ବ୍ୟବହାର ଅଭିଯୋଗ ଆଣି ବିବାଦରେ ଫସିଥିଲେ ତନୁଶ୍ରୀ। ଏଥିଲାଗି ତାଙ୍କର ଅଭିନୟ ଜୀବନ ବି ଘୋର ପ୍ରଭାବିତ ହୋଇଥିଲା। ଏହି ଅଭିନେତା ଜଣକ ହେଲେ ନାନା ପାଟେକର୍‌।

ନାନା ପାଟେକର ଓ ତନୁଶ୍ରୀ ଦତ୍ତ ସେତେବେଳେ ‘ହର୍ଣ୍ଣ ଓକେ ପ୍ଲିଜ୍‌’ ଟାଇଟଲରେ ଏକ ଫିଲ୍ମରେ ଅଭିନୟ କରୁଥିଲେ। ସେହି ସିନେମାର ଆଇଟମ୍‌ ନମ୍ବରର ପିକଚରାଇଜେସନ୍‌ ଚାଲିଥାଏ। ତନୁଶ୍ରୀଙ୍କୁ ଲାଗିଲା ଯେମିତି ନାନା ତାଙ୍କର ଅଙ୍ଗକୁ ଅଶାଳୀନଢ଼ଙ୍ଗରେ ଛୁଇଁବାକୁ କରିବାକୁ ଚେଷ୍ଟା କରୁଛନ୍ତି।

ତନୁଶ୍ରୀ ଙ୍କୁ ହଠାତ୍‌ ନାନା ପାଟେକରୁ ନିଜ ବାହୁବନ୍ଧନରେ ଛନ୍ଦି ରଖି ଡ୍ୟାନ୍‌ସ ଷ୍ଟେପ୍‌ ଶିଖାଇଥିଲେ। ନାନା ତାଙ୍କ ସହିତ ବେଶି ଅନ୍ତରଙ୍ଗ ହେବାର ଦେଖି ତନୁଶ୍ରୀ କୌଣସି ମତେ ନାନା ପାଟେକରଙ୍କ ବାହୁବନ୍ଧନରୁ ନିଜକୁ ଅଲଗା କରିଥିଲେ ଏବଂ ଭ୍ୟାନିଟି ଭାନ୍‌ରେ ପଶିଗଲେ।

ସେତେବେଳେ ତନୁଶ୍ରୀଙ୍କ ମାଆ ମଧ୍ୟ ସୁଟିଂ ସେଟରେ ଉପସ୍ଥିତ ଥିଲେ। ଏହି ଅଘଟଣ ପରେ ତନୁଶ୍ରୀଙ୍କ ମାଆ କେତେକ ସାମ୍ବାଦିକଙ୍କୁ ସେଟ୍‌କୁ ଡକାଇ ଆଣିଲେ ଓ ସେ ସମ୍ପର୍କରେ ସୂଚନା ଦେଲେ। ହେଲେ ସାମ୍ବାଦିକମାନଙ୍କ ପ୍ରଶ୍ନର କୌଣସି ଉତ୍ତର ନ ଦେଇ ନାନା ପାଟେକର୍‌ ସେତେବେଳେ ସୁଟିଂ ସେଟ୍‌ ଛାଡ଼ି ଚାଲିଯାଇଥିଲେ।

ଏହାପରେ ତନୁଶ୍ରୀ ଦତ୍ତ ପୁଲିସ ଥାନାରେ ନାନା ପାଟେକରଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ, କିନ୍ତୁ ପୁଲିସ ନାନାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ଏହାକୁ ନେଇ ତନୁଶ୍ରୀ କ୍ଷୁବ୍ଧ ହୋଇଥିଲେ। ଏହାପରେ ତନୁଶ୍ରୀଙ୍କର କ୍ୟାରିଅର୍‌ ର ସମାପ୍ତି ହୋଇଥିଲା । ନାନା ପାଟେକର୍‌ ମେହୁଲ କୁମାରଙ୍କ ସୁପରହିଟ୍‌ ଫିଲ୍ମ ‘କ୍ରାନ୍ତିବୀର’ରେ ଚମକପ୍ରଦ ଅଭିନୟ କରି ଶ୍ରେଷ୍ଠ ଅଭିନେତା ଭାବେ ରାଷ୍ଟ୍ରୀୟ ପୁରସ୍କାର ଲାଭ କରିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.