‘ବାଗୀ-୨’ ସେଟରେ ଏହି ବ୍ୟକ୍ତି ମହିଳା ସହକାରୀଙ୍କୁ କହୁଥିଲେ ମସାଜ୍‌ କରିବାକୁ , ମହିଳାଜଣକ ଡିପ୍ରେସନ୍‌କୁ ଚାଲିଯାଇଥିଲେ !

ମୁମ୍ବାଇ: ବଲିଉଡର ଏକ ବ୍ଲକବଷ୍ଟର ହିନ୍ଦୀ ସିନେମା ହେଲା ‘ବାଗୀ-୨’। ଏଥିରେ ଟାଇଗର୍‌ ଶ୍ରଫ୍‌ ଓ ଦିଶା ପଟାନି ନାୟକ,ନାୟିକା ଭୂମିକାରେ ଅଭିନୟ କରିଥିଲେ।
‘ବାଗୀ-୨’ର ନିର୍ଦ୍ଦେଶନା ଦେଇଥିଲେ ଅହମ୍ମଦ ଖାନ୍‌ ଓ ପ୍ରଯୋଜକ ଥିଲେ ସାଜିଦ୍‌ ନାଡିଆଡଓ୍ଵାଲା। ଏହି ଫିଲ୍ମର ସୁଟିଂ ସେଟ୍‌ରେ କିପରି ଜଣେ ମହିଳା କର୍ମଚାରୀ ଯୌନ ଶୋଷଣର ଶିକାର ହୋଇଥିଲେ,ତାହା ସେ ‘ମି ଠୁ’ ଅଭିଯାନରେ ସାମିଲ ହୋଇ ବଖାଣିଛନ୍ତି।
ଏହି ମହିଳା ଜଣକ ହେଲେ ତାନ୍ୟା ପଲ୍‌ ସିଂହ। ସେ ‘ବାଗୀ-୨’ରେ ନିର୍ଦ୍ଦେଶକ ଅହମ୍ମଦ ଖାନ୍‌ଙ୍କର ସେକେଣ୍ଡ ଆସିଷ୍ଟାଣ୍ଟ ଡିରେକ୍ଟର ଭାବେ କାମ କରୁଥିଲେ। ତାନ୍ୟା ଫିଲ୍ମର ଅନ୍ୟ ଜଣେ ଆସିଷ୍ଟାଣ୍ଟ ଡିରେକ୍ଟରଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା ଅନୁଯାୟୀ ସେଟ୍‌ରେ ଆସିଷ୍ଟାଣ୍ଟ ଡିରେକ୍ଟର ଅଦନାନ୍‌ ଶେଖ୍‌ ତାଙ୍କ କପଡା ସହିତ ଛେଡଛାଡ୍‌ କରିଥିଲେ।
‘ବାଗୀ-୨’ର ସୁଟିଂ ଆରମ୍ଭ ହେବା ବେଳର କଥା। ଲେଖକ ଓ ନିର୍ଦ୍ଦେଶକଙ୍କ ସହିତ ଯେତେବେଳେ ତାନ୍ୟା ପଲ୍‌ ସିଂହ ଆଲୋଚନା କରୁଥିଲେ,ସେତେବେଳେ ପାଖରେ ଥିବା ଅଦନାନ୍‌ ଶେକ ତାନ୍ୟାଙ୍କର ପୋଷାକକୁ ଅଶାଳୀନ ଢଙ୍ଗରେ ଛୁଉଁଥିଲେ। ତାନ୍ୟା ନିଜର ଟ୍ଵିଟର ପୋଷ୍ଟରେ ଲେଖିଛନ୍ତି ଯେ ନିର୍ଦ୍ଦେଶକଙ୍କ ଆଡକୁ ମୁହଁ କରିଥିବାରୁ ନିର୍ଦ୍ଦେଶକ ଅହମ୍ମଦ ଖାନ୍‌ ତାହା ଦେଖିପାରିନଥିଲେ।


ତାନ୍ୟା ଆହୁରି ମଧ୍ୟ ଲେଖିଛନ୍ତି ଯେ ଅଦନାନ୍‌ ଶେଖ ଡରାଇ ଧମକାଇ କଥାବାର୍ତ୍ତା କରୁଥିଲେ। ଅନେକ ସମୟରେ ଅଦନାନ ତାଙ୍କ ଶରୀର ଉପରେ ଅଶାଳୀନ ମନ୍ତବ୍ୟ ବି ଦେଉଥିଲେ ଓ ଅଦନାନ୍‌ ନିଜ ଦେହର ମାଲିସ କରିବାକୁ କହୁଥିଲେ। ଏଥିରେ ତାନ୍ୟା ଉତ୍‌କ୍ଷିପ୍ତ ହୋଇ ଅଦନାନ୍‌ଙ୍କୁ ଏଭଳି ନକରିବାକୁ କହିଥିଲେ। ଅଦନାନ୍‌ ଅନ୍ୟ ମହିଳାଙ୍କ ସହ ବି ଏମିତି ବ୍ୟବହାର କରୁଥିଲେ। ଏହି ଘଟଣା ଯୋଗୁଁ ସେ ପ୍ରାୟ ଛଅ ମାସ ଯାଏଁ ଡିପ୍ରେସନ୍‌କୁ ଚାଲିଯାଇଥିଲେ ବୋଲି ବି ତାନ୍ୟା ଲେଖିଛନ୍ତି।

ସମ୍ବନ୍ଧିତ ଖବର