ଭୁବନେଶ୍ୱର: ଓଲିଉଡର ଜଣେ ଲୋକପ୍ରିୟ ନିର୍ଦ୍ଦେଶକ ହେଲେ ତାପସ ସରଘରିଆ ଏବଂ ଜଣେ ସଫଳ ସଙ୍ଗୀତ ନିର୍ଦ୍ଦେଶକ ହେଲେ ଅଭିଜିତ୍ ମଜୁମଦାର । ତାପସ ‘ପହିଲି ରଜ’ ସିନେମାରୁ କ୍ୟାରିଅର୍ ଆରମ୍ଭ କରିଥିବା ବେଳେ ଅଭିଜିତ୍ ‘କାଶିଆକପିଳା’ ଜରିଆରେ ଓଲିଉଡରେ ପ୍ରବେଶ କରିଥିଲେ । ତେବେ ଏ ଦୁହେଁ ନିରଞ୍ଜନ ରଣାଙ୍କ‘ପହିଲି ରଜ’ରେ ପ୍ରଥମ ଥର ଲାଗି ଯୋଡ଼ି ବନାଇଥିଲେ । ଏହା ବକ୍ସ୍ ଅଫିସ୍ରେ ଧମାଲ୍ କରିଥିଲା ।
ଏହାପରେ ପୁଣି ତାପସ –ଅଭିଜିତ୍ ଯୋଡ଼ି ଏକାଠି ହୋଇଥିଲେ ୨୦୧୫ରେ ରିଲିଜ୍ ହୋଇଥିବା ତରଙ୍ଗ ସିନେ ପ୍ରଡକସନସ୍ର‘ଇଶ୍କ ତୁ ହି ତୁ’ ରେ । ଏଥର ବି ନିରାଶ କରିନଥିଲେ ଏହି ଯୋଡ଼ି । ଏବେ ତୃତୀୟ ଥରପାଇଁ ଏହି ପପୁଲାର୍ ଯୋଡ଼ିଙ୍କୁ ନୂଆ ସିନେମା‘ହିରୋ ନମ୍ବର ଓ୍ଵାନ୍’ରେ ପୁଣି ଏକାଠି କରିଛି ପ୍ରଯୋଜନା ସଂସ୍ଥା ତରଙ୍ଗ ସିନେ ପ୍ରଡକସନସ୍ । ଏହି ଯୋଡ଼ି ହାଟ୍ରିକ୍ କରିଛନ୍ତି। ସେ ଦୁହେଁ ପୁଣି କମାଲ୍ କରିଛନ୍ତି‘ହିରୋ ନମ୍ବର ଓ୍ଵାନ୍’ରେ । ଏହି ସିନେମାର ଗୀତଗୁଡିକ ଇତିମଧ୍ୟରେ ବେଶ ଲୋକପ୍ରିୟ ହୋଇଛି।