ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଛାଡିଥିବା ଭୂମିକା ପାଇଲେ ତାପସୀ ପାନୁ , ଜାଣନ୍ତୁ କାହିଁକି ଏମିତି ହେଲା

ମୁମ୍ବାଇ:ଠିକ୍‌ ସେହିପରି ନିର୍ମାତା ଶୈଲେଶ ସିଂହ ଉତ୍ତରପ୍ରଦେଶର ଏକ ଆଇପିଏସ୍‌ ଅଫିସର ଦଂପତିଙ୍କ କାହାଣୀକୁ ନେଇ ଫିଲ୍ମ ତିଆରି କରୁଛନ୍ତି। ଏହି ପିଲ୍ମରେ ଉଭୟେ ସ୍ୱାମୀ-ସ୍ତ୍ରୀ ଆଇପିଏସ ଅଫିସର୍‌। ଶୈଲେଶ ଏହି ଫିଲ୍ମ ପାଇଁ ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଅଫ୍‌ର ଦେଇଥିଲେ।
ହେଲେ ଦୁହିଁଙ୍କୁ କାହାଣୀ ପସନ୍ଦ ଆସି ନଥିଲା ବୋଲି କୁହାଗଲା। ଏବେଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପାଇଁ ଉଦ୍ଦିଷ୍ଟ ଭୂମିକାରେ ତାପସୀ ପାନୁଙ୍କୁ ନିଆଯାଇଥିବା ଜଣାଯାଇଛି। ତାପସୀ ଏହି ଭୂମିକା ପାଇ ଖୁବ୍‌ ଖୁସି। ଏଣେ କୁହାଯାଉଛି ଯେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଆଜିକାଲି କେବଳ ମହିଳା ପ୍ରଧାନ ସିନେମାରେ କାମ କରିବାକୁ ଚାହୁଁଛନ୍ତି। ଏଣୁ କାହାଣୀରେ ଅଦଳବଦଳ କରିବାକୁ କହିଥିଲେ ଯାହା କରିବାକୁ ରାଜି ହେଲେନି ନିର୍ଦ୍ଦେଶକ।

ପ୍ରଖ୍ୟାାତ ନିର୍ମାତା-ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ତାଙ୍କର ଏକ ସିନେମାରେଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ନେବା ଲାଗି ଯୋଜନା କରିଥିଲେ। ଏଥିରେ ଅଭିଷେକ ବଚ୍ଚନଙ୍କୁ ନେଇ ଥିଲେ ସେ। ଏହାର ନାଆଁ ଥିଲା। ‘ଗୁଲାବ୍‌ ଜାମୁନ୍‌’ । ଏହି ଫିଲ୍ମ ନିର୍ମାଣ କରିବାର ଆଗ୍ରହ ଦେଖାଇଥିିଲେ। ହେଲେ ଏହି ପ୍ରୋଜେକ୍ଟରେ ଉଭୟେ ଆଗ୍ରହ ଦେଖାଇଲେନି।

ସମ୍ବନ୍ଧିତ ଖବର